ଜଳବିହୁନେ ସୃଷ୍ଟି ନାଶ,ଜଳବହୁଳେ ସୃଷ୍ଟି ନାଶ । ହଁ ଆଜ୍ଞା ଜଳ ମନୁଷ୍ୟର ନିତ୍ୟ ବ୍ୟବହର୍ଯ୍ୟ ଜିନିଷଟିଏ । ଶୋଷକୁ ମେଣ୍ଟାଇବା ପାଇଁ ମନୁଷ୍ୟ ଜଳ ପିଇଥାଏ । ଯେଉଁଆଡେ ଗଲେ ବି ହାତରେ ଗୋଟିଏ ପାଣି ବୋତଲ ନେବାକୁ କେହି ଭୁଲନ୍ତି ନାହିଁ । କିନ୍ତୁ ଆପଣମାନେ କଣ ଜାଣିଛନ୍ତି ଏହି ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ଦ୍ୱାରା ଆମର କେତେ କ୍ଷତି ହୋଇଥାଏ । ନିକଟରେ ହୋଇଥିବା ଏକ ଗବେଷଣାରେ ଜଣାଯାଇଛି ଯେ ଦୈନନ୍ଦିନ ବ୍ୟବହୃତ ୧ ଲିଟର ପ୍ଲାଷ୍ଟିକ ବୋତଲ ପାଣିରେ ହାରାହାରି ୨ଲକ୍ଷ ୪୦ ହଜାର ଅତି କ୍ଷୁଦ୍ର ପ୍ଲାଷ୍ଟିକ୍ କଣିକା (ନାନୋ ପ୍ଲାଷ୍ଟିକ୍) ରହୁଛି। ଏହା ମଣିଷର ଧମନୀ, ଶିରାପ୍ରଶିରାରେ ପ୍ରବେଶ କରି ଜୀବକୋଷ ଉପରେ କୁପ୍ରଭାବ ପକାଉଛି । ଆମେରିକାର ନ୍ୟାସନାଲ୍ ଏକାଡେମି ଅଫ୍ ସାଇନ୍ସର ଗବେଷକଙ୍କ ଏକ ଟିମ୍ ଦ୍ବାରା କରାଯାଇଥିବା ଗବେଷଣାରେ ଏହା ଜଣାଯାଇଛି । ୧ ପ୍ଲାଷ୍ଟିକ୍ ବୋତଲରେ ଥିବା ପାଣିରେ ୧ରୁ ୫ହଜାର ମାଇକ୍ରୋମିଟର ଦୀର୍ଘ ପ୍ଲାଷ୍ଟିକ୍ ଅଣୁ ମିଳିଥାଏ। ତେବେ ଏହା ସ୍ୱାସ୍ଥ୍ୟପ୍ରତି କ୍ଷତି ପହଞ୍ଚାଇଥାଏ ।

- January 10, 2024
0
77
Less than a minute
You can share this post!
author