ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ମନ୍ତ୍ରିମଣ୍ଡଳର ଆଜି ସମ୍ପ୍ରସାରଣ କରାଯାଉଛି। ନାଗପୁରରେ କ୍ୟାବିନେଟ ସମ୍ପ୍ରସାରଣ ଚାଲିଛି। ଫଡନାଭିସଙ୍କ କ୍ୟାବିନେଟରେ ସାମିଲ ହୋଇଥିବା ବିଧାୟକମାନେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରୁଛନ୍ତି। ଏପର୍ଯ୍ୟନ୍ତ ପଙ୍କଜା ମୁଣ୍ଡେ, ଅତୁଲ ସାଭେ, ଚନ୍ଦ୍ରକାନ୍ତ ପାଟିଲ, ଗିରିଶ ମହାଜନ, ରାଧାକୃଷ୍ଣ ଭିଖେ ପାଟିଲ, ଅଶୋକ ଉଇକେ, ଚନ୍ଦ୍ରଶେଖର ବାୱାନକୁଲେ, ମଙ୍ଗଳ ପ୍ରଭାତ ଲୋଧା, ଜୟକୁମାର ରାୱଲ ଏବଂ ଗଣେଶ ନାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।ସେହିପରି ଏନସିପି ବିଧାୟକ ହସିଲ୍ ମୁଶ୍ରିଫ୍ ଏବଂ ଧନଞ୍ଜୟ ମୁଣ୍ଡେ ମଧ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଶିବସେନାରୁ ଉଦୟ ସାମନ୍ତ, ସଞ୍ଜୟ ରାଠୋର, ଦାଦା ଭୁସେ, ଶଂଭୁ ଦେଶାଇ ଏବଂ ଗୁଲାବରାଓ ପାଟିଲ ଶପଥ ଗ୍ରହଣ କରିଥିଲେ।
ସେହିପରି ବିଜେପିରୁ ଗିରିଶ ମହାଜନ , ଚନ୍ଦ୍ରକାନ୍ତ ପାଟିଲ ,ପଙ୍କଜା ମୁଣ୍ଡେ ,ରାଧାକୃଷ୍ଣ ଭିଖେ ପାଟିଲ ,ଚନ୍ଦ୍ରଶେଖର ବାୱାନକୁଲେ , ମଙ୍ଗଲପ୍ରଭାତ ଲୋଧା ,ଜୟ କୁମାର ରାୱଲ ,ନୀତେଶ ରାଣେ , ଶିଭେନ୍ଦ୍ରସିଂହ୍ନ| ଭୋସଲେ ,ପଙ୍କଜ ଭୋଇର , ଗଣେଶ ନାୟକ ,ମେଘନା ବୋର୍ଡ଼ିକର ,ମାଧୁରୀ ମିସଲ ,ଅତୁଲ ସବେ ,ସଞ୍ଜୟ ସାବକାରେ ,ଆଶିଷ ସେଲାର , ଆକାଶ ଫୁଣ୍ଡକର , ଅଶୋକ ଉଇକେ ,ଜୟକୁମାର ଗୋରେ , ମନ୍ତ୍ରୀ ହେବାର ସମ୍ଭାବନା ରହିଛି |
ଶିବସେନାରୁ ସଞ୍ଜୟ ଶିରସାଠ ,ଗୁଲାବରାଓ ପାଟିଲ , ଦାଦା ଭୁସେ ,ଉଦୟ ସାମନ୍ତ ନାଁ ରହିଛି |ଏନସିପି ରୁ ନରହରି ଜିରୱାଲ, ହାସନ ମୁଶ୍ରିଫ, ଅନୀଲ ଭାଇଦାସ ପାଟିଲ, ,ଅଦିତି ତଟକରେ, ବାବାସାହେବ ପାଟିଲ, ଦତ୍ତାମ୍ମା ଭର୍ନେ, ମକରନ୍ଦ ପାଟିଲ, ସାନା ମଲିକ, ଇନ୍ଦ୍ରନୀଲ ନାୟକଙ୍କ ଭଳି ଅନେକ ନାଁ ରହିଛି | ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ବିଜେପି ରାଷ୍ଟ୍ରୀୟ ସମ୍ପାଦକ ପଙ୍କଜା ମୁଣ୍ଡେ କହିଛନ୍ତି, “ମୁଖ୍ଯ଼ମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଦଳରେ ପୁଣି ଥରେ କାମ କରିବାର ସୁଯୋଗ ପାଇଥିବାରୁ ମୁଁ ଖୁସି। ମୁଁ ପ୍ରଧାନମନ୍ତ୍ରୀ ମୋଦୀ, ଅମିତ ଶାହ, ଜେ. ପି. ନଡ୍ଡା ଏବଂ ଚନ୍ଦ୍ରଶେଖର ବାୱାନକୁଲେଙ୍କୁ ଧନ୍ଯ଼ବାଦ ଜଣାଉଛି।