ଆଜି ରାଜକୋଟରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍। ପୂର୍ବରୁ ଖେଳାଯାଇଥିବା ପ୍ରଥମ ଦୁଇଟି ମ୍ୟାଚ ରୁ ଦୁଇଟିଯାକ ମ୍ୟାଚ ଭାରତ ବିଜୟଲାଭ କରି ସିରିଜ ହାତରେ କରିସାରିଛି । । ଆଜି ବାକି ଥିବା ମ୍ୟାଚ ବା ତିନିଟିକିଆ ସିରିଜ୍ର ଶେଷ ତଥା ଅନ୍ତିମ ମ୍ୟାଚ ଭାରତୀୟ ସମୟ ଅପରାହ୍ମ ୧.୩୦ରେ ଖେଳାଯିବ। ତେବେ ଆଜିର ମ୍ୟାଚରେ ବିଜୟ ଲାଭ କରି ଏହି ସିରିଜ୍କୁ କ୍ଲିନ୍ ସୁଇପ୍ କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ।ଅନ୍ୟପକ୍ଷରେ ଆଜିର ମ୍ୟାଚରେ ଦଳର ଚୁଡ଼ାନ୍ତ ଏକାଦଶରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ। ପ୍ରଥମ ଦୁଇ ମ୍ୟାଚରେ ବିଶ୍ରାମ ନେଇଥିବା ଦଳର ଷ୍ଟାର ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି ଆଜିର ମ୍ୟାଚ୍ରେ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ। ବିଶ୍ରାମ ପରେ ଶେଷ ମ୍ୟାଚରେ ଦୁଇ ଷ୍ଟାର ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି । ସେପଟେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟତୀତ ଓପନର ଶୁଭମନ ଗିଲ, ଦ୍ରୁତ ବୋଲର ମହମ୍ମଦ ସାମି, ଶାର୍ଦ୍ଦୁଲ ଠାକୁର ଏବଂ ଅକ୍ଷର ପଟେଲ ଆଜିର ମ୍ୟାଚରେ ଚୁଡ଼ାନ୍ତ ଏକାଦଶରେ ସାମିଲ ହେବେ ନାହିଁ । ତେବେ ଏହାରି ଭିତରେ ଚମତ୍କାର ବୋଲର ଗଣ ଶେଷ ମ୍ୟାଚ ରେ ବାଦ ପଡିଥିବାବେଳେ କେମିତି ବଡ ବିଜୟ ହେବ ତା ଉପରେ ସମସ୍ତ କ୍ରିକେଟ ପ୍ରେମୀଙ୍କ ରହିଛି ନଜର । ରୋହିତ ବିରାଟ ଆଣିବେ କି ଶେଷ ମ୍ୟାଚରେ ବିରାଟ ପରିବର୍ତନ ବା ବଡ ବିଜୟ ସହ ବଡ ସ୍କୋର ତାହା ଦେଖିବାକୁ ବାକି ରହିଲା ।
