ଫାଟୁଛି ଶଙ୍ଖ ,ହସୁଛି ପଦ୍ମ .ବିଜେଡିରେ ନେତାଙ୍କ ମଧ୍ୟରେ ଟଣାଓଟରା .ଘନ ଘନ ବସୁଛି ମେଳି . ସବୁ ଦେଖି ନିରବ ଶଙ୍ଖପତି .ନବୀନଙ୍କ ହାତରୁ ଖସୁଛି ବିଜେଡିର ଡୋର .ଦୀର୍ଘ 24ବର୍ଷର ଶାସନ ପରେ ପ୍ରଥମ ଥର ବିରୋଧୀ ଆସନରେ ବସିବା ପରେ ଶଙ୍ଖ ଭିତରେ ଥିବା ଫାଟ ଆହୁରି ବଢିଯାଇଛି ..ଏବେ ବିଜେଡିରେ ଦେଖିବାକୁ ମିଳିଛି ଗୋଷ୍ଠି କନ୍ଦଳ ..ବିଜୁ ଜନତା ଦଳର ନେତା ମାନେ ଛୋଟ ଛୋଟ ଗୋଷ୍ଟିକରି ନିଜ ଭିତରେ ଚଳାଉଛନ୍ତି ଚକ୍ରାନ୍ତ ..ତେଣୁ ଏବେ ବିଜେଡ଼ିକୁ ଘାରିଛି ନେତୃତ୍ୱ ସଙ୍କଟ .ପ୍ରଥମେ ଜୁନିୟର ନେତାଙ୍କ ମେଳି ହୋଇଥିଲାବେଳେ ଏବେ ହୋଇଛି ଓଡିଶା ବାହାରେ ସିନିୟର ନେତାମାନଙ୍କ ମେଳି ..ଅନେକ ବରିଷ୍ଠ ନେତା ମାନେ ବିଜେଡିରେ ହେଉଥିବା ମେଳିକୁ ସ୍ୱୀକାର ନକରୁଥିଲେ ବି ..ଏହି ମେଳି ପଦାକୁ ଜଳଜଳ ହେଇ ଦିଶୁଛି .ସେପଟେ ବିଜେଡିରେ ହେଉଥିବା ମେଳିକୁ ନେଇ କଟାକ୍ଷ କରିଛି ଶାସକ ଦଳ …କହିଛି ବିଜେଡି କ୍ଷମତାରୁ ଗଲା ପରେ କ୍ରୀତଦାସ ମାନଙ୍କର ଜ୍ଞାନ ଉଦୟ ହେଇଛି ..ଆଗରୁ ମଧ୍ୟ ଜଣାଥିଲା ଯେଉଁଦିନ କ୍ଷମତା ଯିବ ସେଦିନ ବିଜେଡି ଖଣ୍ଡ ଖଣ୍ଡ ହେଇଯିବ ..ଏସବୁ ଭିତରେ ସମସ୍ତଙ୍କ ନଜର ଏବେ ବିଜେଡି ସୁପ୍ରିମୋ ନବୀନଙ୍କ ଉପରେ ..ବିଜେଡିରେ ହେଉଥିବା ଏ ମେଳିକୁ ଦେଖି ଚୁପ ବସିଛନ୍ତି ନବୀନ ..ଯଦି ନବୀନ କୌଣସି ଦୃଢ ପଦକ୍ଷେପ ନନିଅନ୍ତି ତାହେଲେ ବିଜେଡି ଯେ ଖଣ୍ଡ ଖଣ୍ଡ ହେଇଯିବ ସେନେଇ ତିଳେମାତ୍ର ସନ୍ଦେହ ନାହିଁ ..

You can share this post!
author