ଫେବୃଆରୀରେ ସୁଭଦ୍ରା ବର୍ଷା…

ଫେବୃଆରୀରେ ସୁଭଦ୍ରା ବର୍ଷା…

ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ ଖବର । ଫେବୃଆରୀରେ ପୁଣି ଆକାଉଣ୍ଟକୁ ଯିବ ସୁଭଦ୍ରା ଟଙ୍କା । ହଁ ଆଜ୍ଞା, ଡିସେମ୍ବର ପରେ ଏବେ ଫେବୃଆରୀରେ ବି ମହିଳାଙ୍କ ଉପରେ ସୁଭଦ୍ରା ବର୍ଷା ହେବା ନେଇ ସୂଚନା ମିଳିଛି । ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଆସନ୍ତା ଫେବୃଆରୀ ୮ ତାରିଖରେ ମିଳିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଘୋଷଣା କରିଛନ୍ତି । ପୂର୍ବରୁ ଜାନୁଆରୀରେ ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବା ନେଇ ଘୋଷଣା ହୋଇଥିଲା । କିନ୍ତୁ ଅଧିକାଂଶ ମହିଳାଙ୍କ ଆକାଉଣ୍ଟ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇନଥିବାରୁ ଏହାକୁ ସ୍ଥଗିତ ରଖାଯାଇଥିଲା । କିନ୍ତୁ ଏବେ ଏହି ଟଙ୍କା ଆସନ୍ତା ୮ ତାରିଖରେ ମିଳିବା ନେଇ ନିଜେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଗଣମାଧ୍ୟମରେ ସୂଚନା ଦେଇଛନ୍ତି ।

ତେବେ ବିଜେପି ସରକାରର ବହୁ ଚର୍ଚ୍ଚିତ ଯୋଜନା ହେଉଛି ସୁଭଦ୍ରା ଯୋଜନା । ମହିଳାମାନଙ୍କୁ ଆର୍ଥିକ ସହାୟତା କରିବା ନେଇ ବିଜେପି ଏହି ଯୋଜନାକୁ ରାଜ୍ୟରେ ଲାଗୁ କରିଛି । ସରକାରକୁ ଆସିବା ପରଠାରୁ କିଛି କିଛି ମାସର ବ୍ୟବଧାନରେ ଏବଂ ପର୍ଯ୍ୟାୟ ପର୍ଯ୍ୟାୟ କ୍ରମେ ବିଜେପି ଏହି ସୁଭଦ୍ରା ଟଙ୍କା ଯୋଗ୍ୟ ହିତାଧୀକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଉଛି । ତେବେ ପୂର୍ବରୁ ତିନୋଟି ପର୍ଯ୍ୟାୟରେ ପ୍ରାୟ ୮୦ ଲକ୍ଷ ମହିଳା ଏଥିରେ ଉପକୃତ ହୋଇଥିବା ବିଜେପି ନେତାମାନେ ବୟାନ ଦେଉଛନ୍ତି । ଏବଂ ଚତୁର୍ଥ ପର୍ଯ୍ୟାୟରେ ୨୦ ଲକ୍ଷ ମହିଳା ଉପକୃତ ହେବା ନେଇ ସୂଚନା ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *