ପୁଣି ଚର୍ଚ୍ଚାକୁ ଫେରିଲେ ସୁଜାତା କାର୍ତ୍ତିକେୟନ । ୬ମାସର ବିରତୀ ପରେ ପୁଣି ଓଡିଶା ଫେରୁଛନ୍ତି ସୁଜାତା । ୨୦୨୪ ସାଧାରଣ ନିର୍ବାଚନର ଫଳାଫଳ ବାହାରିବା ପୂର୍ବରୁ ହିଁ ସୁଜାତା ଛୁଟିରେ ଯାଇଥିଲେ । ଆଉ ଏବେ ଛୁଟି ସରିବା ପରେ ସେ ପୁଣି ଓଡିଶା ଫେରୁଛନ୍ତି । କିନ୍ତୁ ଓଡିଶା ଫେରିବା ପରେ ସେ ଲୋକସେବା ଭବନ ଯିବେ ନା ଶଙ୍ଖଭବନ ଯିବେ ସେନେଇ କନଫ୍ୟୁଜନ ସୃଷ୍ଟି ହୋଇଛି । କାରଣ ପୂବ ସରକାରରେ ଥିବା ସମୟରେ ସୁଜାତାଙ୍କର ପତିଆରା ଦେଖିବାକୁ ମିଳୁଥିଲା । କିନ୍ତୁ ଏବେ ସରକାର ବଦଳିବା ସହ ପରିସ୍ଥିତି ବି ବଦଳିଛି । ସରକାରକୁ ଆସିବା ପରଠାରୁ ମୋହନ ସରକାର ଆଇଏସ ଏବଂ ଓଏସସ୍ତରରେ ବଡ ଧରଣର ଅଦଳ ବଦଳ କରୁଛନ୍ତି । ଅନ୍ୟପଟେ ସୁଜାତାଙ୍କ ସ୍ୱାମୀ ଭିକେ ପାଣ୍ଡିଆନ ଏବେବି ବିଜେପିର ପରମ ଶତ୍ରୁ ଭାବେ ପରିଗଣିତ । ତେଣୁ ତାଙ୍କ ପତ୍ନୀ ସୁଜାତାଙ୍କୁ ମୋହନ ସରକାର ଆପଣେଇବେ ନା ନାହିଁ ନା ଅନ୍ୟ ଅଧିକାରୀଙ୍କ ଭଳି ତାଙ୍କୁ ଅନ୍ୟ କୌଣସି ତଳ ସ୍ତରର ଦାୟିତ୍ୱ ଦେବେ ସେନେଇ ଚର୍ଚ୍ଚା ବଢିଛି । ତେବେ ସୁଜାତାଙ୍କ ସ୍ୱାମୀ ଭିକେ ପାଣ୍ଡିଆନ ନିଜ ପଦରୁ ଇସ୍ତଫା ଦେବା ସହ ରାଜନୀତିରୁ ସନ୍ୟାସ ନେଇଛନ୍ତି । କିନ୍ତୁ ଏବେ ବି ସେ ପ୍ରଚ୍ଛଦ ପଟରେ ରହି ବିଜେଡିରେ ଗୋଟି ଚଳାଉଥିବା ରାଜନୈତକ ମହଲରେ ଚର୍ଚ୍ଚା ଚାଲିଛି । ଆଉ ଏଭଳି ସ୍ଥିତିରେ ସୁଜାତାଙ୍କ ରିଟଣ୍ଣ ରାଜ୍ୟ ରାଜନୀତିରେ ଏକ ନୂଆ ମୋଡ ଆଣିପାରେ ବୋଲି କୁହାଯାଉଛି । ଅନ୍ୟପଟେ ନିବାଚନ ପୂବରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ସମସ୍ତ କମିଟି ଭାଙ୍ଗିଦେଇଥିଲେ । କିନ୍ତୁ ଏଯାଏଁ କୌଣସି କମିଟି ଗଠନ ହୋଇନି । ତେଣୁ କମିଟି ଗଠନ ପାଇଁ ସୁଜାତା କାର୍ତ୍ତିକେୟନଙ୍କୁ ଦଳ ଅପେକ୍ଷା କରିଥିବା ଏବଂ ତାଙ୍କ ରିଟଣ୍ଣ ପରେ ତାଙ୍କ ୁ କିଛି ବଡ ଦାୟିତ୍ୱ ଦଳ ଦେଇପାରେ ବୋଲି ସେ ଆଶଙ୍କାକୁ ଏଡାଇ ଦିଆଯାଇନପାରେ । ତେବେ ଦେଖାଯାଉ ସୁଜାତାଙ୍କ ରିଟଣ୍ଣରେ ବିଜେଡିରେ କେଉଁ ବଡହଲଚଲ ହେଉଛି ଏବଂ ସେ ଲୋକସେବା ଭବନ ନା ଶଙ୍ଖଭବନ କେଉଁଠାରେ ପାଦ ରଖୁଛନ୍ତି ତାହା ଦେଖିବାକୁ ବାକି ରହିଲା ।
