ଫୋନ କଲେ ମୋଦି ଓଡିଶାରୁ ବାହାରିଲେ ନବୀନ !

ଫୋନ କଲେ ମୋଦି ଓଡିଶାରୁ ବାହାରିଲେ ନବୀନ !

ପ୍ରତିଶୋଧ ନେବା ପାଇଁ ପ୍ରସ୍ତୁତ ହେଉଛି ଭାରତ । ସେପଟେ ଭୟରେ ଥରିଲାଣି ପାକିସ୍ଥାନ । ପହଲଗାମରେ ପର୍ଯ୍ୟଟକଙ୍କୁ ଆକ୍ରମଣ ଘଟଣାରେ କେନ୍ଦ୍ର ସରକାରଙ୍କ ଅଧକ୍ଷତାରେ ବସୁଛି ଘନ ଘନ ବୈଠକ । ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସର୍ବଦଳୀୟ ବୈଠକ ଡାକିଥିଲେ ଏବଂ ଏହି ବୈଠକରେ ଯୋଗ ଦେଇଥିଲେ ସବୁ ଦଳର ନେତା । ପହଲଗାମରେ ନୀରିହ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ ଘଟଣା ନେଇ ସବୁ ଦଳକୁ ଜଣାଇଛନ୍ତି କେନ୍ଦ୍ରସରକାର । ପାକିସ୍ତାନକୁ ଖିନଭିନ କରିବାକୁ ଭାରତ ଆରମ୍ଭ କରିସାରିଛି ସମସ୍ତ ପ୍ରକାର ପ୍ରସ୍ତୁତି ।

ଏହାରି ଭିତରେ ପାକିସ୍ତାନ-ଭାରତ ଯୁଦ୍ଧ ଆଶଙ୍କା ଭିତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ସେ ପ୍ରତି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏହି କ୍ରମରେ ମୁଖ୍ୟମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି, ନିଜ ନିଜ ରାଜ୍ୟରେ ରହୁଥିବା ପାକିସ୍ତାନୀମାନଙ୍କ ଭିସା ରଦ୍ଦ କରି ସେମାନଙ୍କୁ ତୁରନ୍ତ ରାଜ୍ୟରୁ ବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଗୃହମନ୍ତ୍ରୀ କହିଛନ୍ତି, ପାକିସ୍ତାନ ନାଗରିକ ଯେକୌଣସି ପ୍ରକାର ଭିସା ନେଇ ଭାରତ ଆସିଥିଲେ ବି ତୁରନ୍ତ ଭିସା ରଦ୍ଦ କରି ସେମାନଙ୍କୁ ଭାରତର ବିଦା କରାଯିବ । ଅପରପକ୍ଷେ କେନ୍ଦ୍ର ସରକାର ଡକାଇଥିବା ସର୍ବଦଳୀୟ ବୈଠକକୁ ସମର୍ଥନ କରିଛନ୍ତି ବିରୋଧି ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ସର୍ବଦଳୀୟ ବୈଠକରେ ଯୋଗଦେବା ସହିତ ଟ୍ୱିଟ କରି ଏ ସୂଚନା ଦେଇଛନ୍ତି ।

ଅପରପକ୍ଷେ ଭାରତ ଓ ପାକିସ୍ଥାନ ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି ଜମ୍ମୁ ଓ କାଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣ, ଯେଉଁଥିରେ ୨୬ ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିଲା , ସେଥିରେ ପାକିସ୍ତାନର ସମ୍ପୃକ୍ତି ନଥିବା ଦାବି କରି ଭାରତକୁ ପ୍ରମାଣ ଦେବାକୁ ଚ୍ୟାଲେଞ୍ଜ କରିଛନ୍ତି ପାକିସ୍ତାନର ଉପ ପ୍ରଧାନମନ୍ତ୍ରୀ । ତେବେ ଭାରତ ଶତ୍ରୁଦେଶକୁ ଜବାବ ଦେବା ପାଇଁ ନିଜର ପ୍ରସ୍ତୁତି ଆରମ୍ଭ କରିସାରିଛି ।

author

Related Articles

Leave a Reply

Your email address will not be published. Required fields are marked *