ଫ୍ୟାକ୍ଟ୍ରି ରେ ନିଆଁ ଲାଗି କୋଟିଏ ଟଙ୍କାରୁ ଉର୍ଦ୍ଧ ଟଙ୍କାର କଞ୍ଚା ମାଲ ପୋଡ଼ି ପାଉଁଶ ହୋଇଯାଇଛି । ଦୁଇଘଣ୍ଟା ପରେ ନିଆଁକୁ ଆୟତ କଲା କୋଦଳା ଅଗ୍ନିଶମ ବାହିନୀ । ଗଞ୍ଜାମ ଜିଲ୍ଲା କୋଦଳା ମୁଖ୍ୟ ରାସ୍ତାରେ ଥିବା ଜଗନ୍ନାଥ ସାହୁଙ୍କ ତେଜ ଆଗ୍ରୋ ଫ୍ୟାକ୍ଟ୍ରିରେ ନିଆଁ ଲାଗି କୋଟିଏ ଟଙ୍କାରୁ ଉର୍ଦ୍ଧ ଟଙ୍କାର କଞ୍ଚା ମାଲ ପୋଡ଼ି ପାଉଁଶ ହୋଇଯାଇଛି । ସୂଚନା ପ୍ରକାରେ ଶୀତ ଋତୁ ହୋଇଥିବାରୁ ଫ୍ୟାକ୍ଟ୍ରି ରେ କାମ ଧୀମାରେ ଚାଲିଛି । ଏଣୁ ସନ୍ଧ୍ୟାରେ ଫ୍ୟାକ୍ଟ୍ରି ବନ୍ଦ କରି କାରିଗର ଓ ଲେବର ଘରକୁ ପଳାଇଥିଲେ । ରାତି ୪ ଟାରୁ ୫ଟା ଭିତରେ ନିଆଁ ଲାଗିଥିବା ଏବଂ ସର୍ଟ ସର୍କିଟ ଯୋଗୁଁ ନିଆ ଲାଗିଥିବା ସନ୍ଦେହ କରା ଯାଉଛି । ଖବର ପାଇ କୋଦଳା ଅଗ୍ନିଶମ ବାହିନୀ ପହଂଚି ନିଆଁ ଙ୍କୁ ସମ୍ପୂର୍ଣ୍ଣ ଆୟତ କରିଛନ୍ତି।ତେବେ ଫ୍ୟାକ୍ଟ୍ରି ରେ ମୃଦୁ ପାନୀୟ, କେକ୍, ରୁଟି ଭଳି ସାମଗ୍ରୀ ର ସବୁ କଞ୍ଚାମାଲ ସମେତ କିଛି ଯନ୍ତ୍ରାଅଂଶ ପୋଡି ପାଉଁଶ ହୋଇଥିବା ଦେଖିବାକୁ ମିଳିଛି । ଆଗକୁ ଗ୍ରୀଷ୍ମ ଋତୁ ଆସୁଥିବାରୁ ବିପୁଳ ପରିମାଣର କଞ୍ଚା ମାଲ ଗଛିତ ରଖିଥିବା ମାଲିକ ପ୍ରକାଶ କରିଛନ୍ତି।
