ଥିଏଟରରେ ରେକର୍ଡ କରୁଛି ବିଶ୍ୱସ୍ତରରେ ରିଲିଜ ହୋଇଥିବା କଳକି ୨୮୯୮ ଏଡି ଫିଲ୍ମ । ମାତ୍ର ଦୁଇ ଦିନରେ ଫିଲ୍ମଟି ୨୯୮ କୋଟି ଟଙ୍କା ଆୟ କରିଥିବା ସୂଚନା ମିଳିଛି । ରିଲିଜର ପ୍ରଥମ ଦିନରେ ୧୯୧.୫ କୋଟି ଟଙ୍କା ଆୟ କରିଥିବା ବେଳେ ଦ୍ୱିତୀୟ ଦିନରେ ଏହା ୨୯୮ କୋଟି ଟଙ୍କାରେ ପହଁଞ୍ଚିଛି । ବିଗବି ଅମିତାଭ ବଚ୍ଚନ , ସାଉଥ ସୁପରଷ୍ଟାର ପ୍ରଭାସ ଏବଂ ଦୀପିକା ପାଦୁକୋନଙ୍କୁ ନେଇ ପ୍ରସ୍ତୁତ ଏହି ଫିଲ୍ମଟି ବକ୍ସ ଅଫିସରେ ମଧ୍ୟ ଧୁମ ମଚାଉଛି । ବିଶ୍ୱସ୍ତରରେ ଫିଲ୍ମଟି ୨୯୮.୫୦ କୋଟି ଟଙ୍କା ଆୟ କରିଥିବା ନେଇ ଫିଲ୍ମର ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ପୋଷ୍ଟ କରାଯାଇଛି। ଏହି ହାଇ ବଜେଟ ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ନାଗ ଅଶ୍ୱିନ। ମୁଖ୍ୟ ଭୂମିକାରେ ଅମିତାଭ ବଚ୍ଚନ, ପ୍ରଭାସ ଓ ଦୀପିକା ପାଦୁକୋନଙ୍କ ବ୍ୟତୀତ ଦିଶା ପାଟାନି, ପଶୁପତି, ଶୋବାନା, ଆନ୍ନା ବେନ ଅଭିନୟ କରିଛନ୍ତି। ସେହିପରି ଚଳଚ୍ଚିତ୍ରରେ ଏସ୍ ରାଜାମୌଲି, ବିଜୟ ଦେବରକୋଣ୍ଡା, ରାମ ଗୋପାଳ ବର୍ମା, ଦୁଲକର ସଲମାନ ଏବଂ ମୃଣାଳ ଠାକୁର ଅତିଥି କଳାକାର ଭୂମିକାରେ ନଜର ଆସିଛନ୍ତି।
