ବଜାରରେ ଆଉ କାରବାର କରିହେବ ନାହିଁ ୨ହଜାର ଟଙ୍କିଆ

ବଜାରରେ ଆଉ କାରବାର କରିହେବ ନାହିଁ ୨ହଜାର ଟଙ୍କିଆ

ବଜାରରେ ଆଉ କାରବାର କରିହେବ ନାହିଁ ୨୦୦୦ ଟଙ୍କିଆ ନୋଟ ବଜାରରେ ଥିବା ସମସ୍ତ ୨୦୦୦ ଟଙ୍କିଆ ନୋଟ ଫେରାଇ ନେବାକୁ ବଡ ନିଷ୍ପତି ନେଇଛି RBI | ତେବେ ଯେଉଁମାନେ ପାଖରେ ୨୦୦୦ ଟଙ୍କିଆ ନୋଟ ଅଛି ସେମାନେ ଆସନ୍ତା ମେ’ ୨୩ ତାରିଖରୁ ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ବ୍ୟାଙ୍କରେ ବଦଳାଇପାରିବେ | କିନ୍ତୁ RBI ର ନିଷ୍ପତ୍ତି ଅନୁସାରେ ଜଣେ ବ୍ୟକ୍ତି ଥରକେ ୨୦୦୦୦ ଟଙ୍କା ପର୍ଯ୍ୟନ୍ତ ୨୦୦୦ ଟଙ୍କିଆ ନୋଟ କୁ ବଦଳାଇ ପାରିବେ | ଏପରିକି ଗ୍ରାହକଙ୍କୁ ୨୦୦୦ ଟଙ୍କିଆ ନୋଟ ନ ଦେବାକୁ ବ୍ୟାଙ୍କ ଗୁଡିକୁ ନିର୍ଦ୍ଦେଶ ଦେଇଛି ଭାରତ ରିଜର୍ଭ ବ୍ୟାଙ୍କ କିନ୍ତୁ ୨ଟଙ୍କିଆ ନୋଟର ଲିଗାଲ ଟେଣ୍ଡର ବଳବତ୍ତରେ ରହିବ | ଭାରତର ରିଜର୍ଭ ବ୍ୟାଙ୍କର ଏଇ ନିଷ୍ପତ୍ତି ପରେ ଯେଉଁମାନଙ୍କ ପାଖରେ ୨୦୦୦ ଟଙ୍କା ରହିଛି ସେମାନେ କ’ଣ କରିବେ | ୨୦୨୩ ମେ’ ୨୩ ରୁ ସେପ୍ଟେମ୍ବର ୩୦ ଭିତରେ ଆପଣ ଆପଣଙ୍କ ନୋଟ ଗୁଡିକୁ ବଦଳାଇ ପାରିବେ |

ବ୍ୟାଙ୍କର ଶାଖା ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କର ୧୯ଟି ଆଞ୍ଚଳିକ କାର୍ଯ୍ୟାଳୟରେ ଏହି ସୁବିଧା ମିଳିବ ଆପଣ ସେଠିକୁ ଯାଇ ଆପଣଙ୍କର ୨୦୦୦ ଟଙ୍କିଆ ନୋଟକୁ ବଦଳାଇପାରିବେ | ତେବେ ଆପଣ ଗୋଟେ ଥରକେ ୨୦ ହଜାର ଟଙ୍କାର ୨ ହଜାର ଟଙ୍କିଆ ନୋଟ ବଦଳାଇପାରିବେ | ଦିନକୁ ୪ ହଜାର ଟଙ୍କା ପର୍ଯ୍ୟନ୍ତ ୨ ହଜାର ଟଙ୍କିଆ ବିଜନେସ କରେସ୍ପେଣ୍ଡେଣ୍ଟ ପାଖରେ ବଦଳାଇ ହେବ | ଲୋକମାନେ ଯେକୌଣସି ବ୍ୟାଙ୍କ ଶାଖାରେ ୨ ହଜାର ଟଙ୍କିଆ ନୋଟ ବଦଳାଇପାରିବେ | ତେଣୁ କରି ଆପଣ ତାନିକ ହେବାର ବା ଭୟଭୀତ ହେବାର ଆବଶ୍ୟକତା ନାହିଁ | ନିଜ ପାଖରେ ରହିଥିବା ୨୦୦୦ ଟଙ୍କିଆ ନୋଟକୁ ବ୍ୟାଙ୍କ ଖାତାରେ ମଧ୍ୟ ଆପଣ ଜମା କରିପାରିବେ | ନଚେତ ୨୦୦୦ ଟଙ୍କିଆ ନୋଟ ବଦଳାଇ ଆପଣ ତାର ବିକଳ୍ପରେ ଅନ୍ୟ ଟଙ୍କା ମଧ୍ୟ ଆଣିପାରିବେ | ୨ହଜାର ଟଙ୍କିଆ ନୋଟ ବ୍ୟାଙ୍କରେ ସମ୍ପୂର୍ଣ ମାଗଣାରେ ବଦଳାଇ ହେବ | ତେବେ ନୋଟ ବଦଳାଇବା ପାଇଁ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ତା କରାଯିବ | ନୋଟ ବଦଳାଇବା ପାଇଁ ବ୍ୟାଙ୍କ କର୍ମଚାରୀ ମନାକଲେ ଆପଣ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଜଣାଇପାରିବେ |

author

Related Articles

Leave a Reply

Your email address will not be published. Required fields are marked *