ନବଦିନାତ୍ମକ ଯାତ୍ରା ପରେ ବାହୁଡିଛନ୍ତି ତିନି ମହାପ୍ରଭୁ । ସିଂହଦ୍ୱାର ଆଗରେ ପହଞ୍ଚିଲା ତିନିରଥ ତାଳଧ୍ୱଜ,ଦର୍ପଦଳନ ଓ ନନ୍ଦିଘୋଷ । ଘଣ୍ଟଘଣ୍ଟା , ହରିବୋଲ ଓ ହୁଳୁହୁଳିରେ ପ୍ରକମ୍ପିତ ହୋଇଛି ପରିବେଶ । ଶ୍ରୀମନ୍ଦିର ଅଭିମୁଖେ ତିନିରଥ ଟାଣିଛନ୍ତି ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ । ପ୍ରଥମେ ବଳଭଦ୍ରଙ୍କ ତାଳଧ୍ବଜ ରଥ, ପରେ ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ଶେଷରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶ୍ରୀମନ୍ଦିର ଅଭିମୁଖେ ଗଡିଛି । ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ମାଉସୀ ମା’ ମନ୍ଦିର ନିକଟରେ ଲାଗି ହୋଇଛି ପୋଡପିଠା । ବୁଧବାର ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ହେବ ।

You can share this post!
author
Related Articles
ପୁଣି ଠେଲା ପେଲା ପରିସ୍ଥିତି
- November 12, 2024
ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ….
- November 9, 2024
ବିପଦରେ ମେଘନାଦ ପାଚେରି…
- November 3, 2024