ବଡଦିନକୁ ଭିଜେଇଲା ବର୍ଷା

ବଡଦିନକୁ ଭିଜେଇଲା ବର୍ଷା

ବଡଦିନକୁ ଭିଜେଇଲା ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଛି। ସେପଟେ ସକାଳୁ ସକାଳୁ କଟକ ,ଭୁବନେଶ୍ୱର ସହ ବିଭିନ୍ନ ଜିଲ୍ଲାରେ ଲାଗି ରହିଛି ହାଲୁକା ବର୍ଷା । କୋହଲା ପାଗ ସହ ହାଲୁକା ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି ।ଲୋକଙ୍କ ସେଲିବ୍ରେଟିନ ମଧ୍ୟ କିଛିଟା ଫିକା ପଡିଛି |

ଦକ୍ଷିଣ ପଶ୍ଚିମ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ । ଫଳରେ ଗତକାଲିଠୁ ରାଜ୍ୟରେ ବର୍ଷା ଲାଗିରହିଛି । ଉପକୂଳର କିଛି ଜିଲ୍ଲାରେ ହାଲୁକା ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେଥିପାଇଁ ୮ଟି ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରିଛି ପାନିପାଗ ବିଭାଗ । ଏହି ଜିଲ୍ଲାଗୁଡ଼ିକ ହେଲା, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର।ସେପଟେ ଆସନ୍ତା ୨୭ ତାରିଖ ବେଳକୁ ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟରେ ପୁଣି ବର୍ଷା ହେବାର ଆଶଙ୍କା ରହିଛି । ବର୍ଷା ପରେ ପରେ ରାଜ୍ୟରେ ପୁଣି ବଢିବ ଶୀତ ।

author

Related Articles

Leave a Reply

Your email address will not be published. Required fields are marked *