ବଡ କଥା କହିଥିଲେ ସମୀର..

ବଡ କଥା କହିଥିଲେ ସମୀର..

ବିଜେପି ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରେନି ବୋଲି ଗଣମାଧ୍ୟମରେ ବଡ ବୟାନ ଦେଇଥିଲେ ବର୍ତମାନର ବିଜେପି ନେତା ସମୀର ରଞ୍ଜନ ଦାସ । ୫ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ଯେଉଁ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଥିଲେ କୌଣସି ଗୋଟିଏ କଥାରେ ବିଜେପି ସଫଳ ହୋଇନଥିବା ଗଣମାଧ୍ୟମରେ ଅଭିଯୋଗ କରିଥିଲେ ସମୀର । ଯାହା ଏବେ ଓଡିଶାରେ ମଧ୍ୟ ପ୍ରତିଫଳିତ ହେଉଛି । ଘୋଷଣା ଉପରେ ଘୋଷଣା ଏବଂ ନିବେଶ କରି ଓଡିଶାକୁ କୋଟି କୋଟି ଟଙ୍କାର ପୁଞ୍ଜି ଆଣୁଥିବା ମୋହନ ସରକାର ଡିଣ୍ଡିମ ପିଟୁଛନ୍ତି । କିନ୍ତୁ କାଯ୍ୟକାରୀ ହେବା ପଥରେ ବ୍ରେକ ଲାଗୁଛି । ଯାହା ବିଜେପିର ଦୋ ମୁହାଁ ନୀତକୁ ପଦାରେ ପକାଉଛି । କିନ୍ତୁ ଶେଷରେ ସେହି ବିଜେପିରେ ଅଛନ୍ତି ସମୀର ଦାସ । ବିଜେଡିରୁ ରାଗ ଶୁଝାଇବାକୁ ଯାଇ ସମୀର ବିଜେପିରେ ସାମିଲ ହୋଇଛନ୍ତି ସତ କିନ୍ତୁ ଦଳରେ ରହିବି ତାଙ୍କର ଗୁରୁତ୍ୱ କଣ ତାହା କାହାକୁ ଅଛପା ନାହିଁ ।

ଅନ୍ୟପଟେ ବିଜେପିରେ କେବଳ ସମୀର ନୁହଁନ୍ତି ଅନ୍ୟ ଦଳରୁ ଆମଦାନୀ ହୋଇଥିବା ନେତାଙ୍କ ସ୍ଥିତି ସମାନ ରହିଛି । ନା ବିଜେପିରେ ତାଙ୍କର ଅଧିକ ଗୁରୁତ୍ୱ ରହିଛି ନା ଦଳୀୟ ନେତା ତାଙ୍କୁ ପ୍ରାଧାନ୍ୟ ଦେଉଛନ୍ତି । ଫଳରେ ଦଳରେ କେବଳ ସାଧାରଣ କର୍ମୀ ହୋଇ ନିଜ କାମ କରିବାରେ ବ୍ୟସ୍ତ ରହୁଛନ୍ତି ଆମଦାନୀ ନେତା । ଏବଂ ସମୀର ମଧ୍ୟ ବିଜେପିରେ ସକ୍ରିୟ କମ୍ ଏବଂ ନିଜ ଅଞ୍ଚଳରେ ନିଜ ସଙ୍ଗଠନ ମଜବୁତ କରିବାକୁ ଚେଷ୍ଟା ଚଳାଇଛନ୍ତି । ଯାହା ତାଙ୍କୁ ଆଗାମୀ ନିର୍ବାଚନରେ ସାହାଯ୍ୟ କରିବା ନେଇ ଆଶଙ୍କା କରାଯ।।ଉଛି ।

ତେବେ କେବଳ ଏତିକି ନୁହେଁ, ବିଜେଡିରୁ ଆମଦାନୀ ହୋଇଥିବା ନେତାଙ୍କ ରାଜନୈତିକ ଭବିଷ୍ୟତ ବିଜେପି ନୁହେଁ ବୋଲି ପୂର୍ବରୁ ରାଜନୈତିକ ସମୀକ୍ଷକମାନେ ମତପ୍ରକାଶ କରିଛନ୍ତି । ତେଣୁ ଆଗାମୀ ନିବାଚନରେ ଆମଦାନୀ ନେତା ପୁଣି ନିଜ ଘର ବାହୁଡିପାରନ୍ତି ବୋଲି ସେ ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ତେବେ ଦେଖିବାକୁ ବାକି ରହିଲା କେବେ ବିଜେପି ନିଜର ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରୁଛି ଏବଂ ଆଗାମୀ ନିବାଚନରେ ଦଳକୁ ଏହା କେତେ ଭାରି ପଡୁଛି ।

author

Related Articles

Leave a Reply

Your email address will not be published. Required fields are marked *