ଶୁକ୍ରବାର ରିଲିଜ୍ ହୋଇଛି ଦୁଇ ଦୁଇଟି ହିନ୍ଦୀ ଫିଲ୍ମ । ଗୋଟିଏ ପଟେ ଆକ୍ସନ ଷ୍ଟାର ଅଜୟ ଦେବଗନ ଏବଂ ଅଭିନେତ୍ରୀ ତବୁଙ୍କ ଅଭିନୀତ ‘ଅରୋଁ ମେଁ କାହାଁ ଦମ୍ ଥା’ ରିଲିଜ୍ ହୋଇଥିବା ବେଳେ ଅନ୍ୟପଟେ ପୁଣି ଥରେ ବଡ ପରଦାରେ ଛାଇ ହୋଇଯାଇଛନ୍ତି ଅଭିନେତ୍ରୀ ଜାହ୍ନବୀ କପୁର । ତାଙ୍କ ନୂଆ ଫିଲ୍ମ ଉଲଝ ଟ୍ରେଲରକୁ ଜବରଦସ୍ତ ରେସପନ୍ସ ମିଳିଥିବା ବେଳେ ବର୍ତମାନ ଫିଲ୍ମଟିକୁ ମଧ୍ୟ ଫ୍ୟାନ୍ସମାନେ ଖୁବ ପସନ୍ଦ କରୁଥିବା ସୂଚନା ମିଳିଛି । ଉଲଝ ପ୍ରଥମ ଦିନରେ ୧.୧ କୋଟି ଆୟ କରିଛି।ଉଲଝାକୁ ସଫଳ ହେବା ପାଇଁ ୫୦ରୁ ୫୫ କୋଟି ଟଙ୍କା ଆୟ କରିବାକୁ ପଡ଼ିବ। ସେ ଦୃଷ୍ଟିରୁ ପ୍ରଥମ ଦିନ ଆୟ ଖୁବ୍ କମ୍ ଥିବା ଚର୍ଚ୍ଚା ହେଉଛି। ଉଲଝରେ ଜାହ୍ନବୀ କପୁରଙ୍କ ବ୍ୟତୀତ ଗୁଲଶନ ଦେବୟା ଏବଂ ରୋଶନ ମାଥ୍ୟୁ ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି। ଏହି ସିନେମାନେ ଜାହ୍ନବି କପୁରଙ୍କୁ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳୁଛି। ସୁଦର୍ଶନ ସରିୟା ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ଏବଂ ବିନୀତ ଜୈନ ଏହାର ପ୍ରଯୋଜକ।
