ଅଙ୍ଗନୱାଡି କର୍ମୀଙ୍କୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡାଙ୍କ ବଡ ସୂଚନା । ଖୁବଶୀଘ୍ର ବଢିବ ଅଙ୍ଗନୱାଡି କର୍ମୀଙ୍କ ଦରମା । ଏନେଇ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟରେ ଦାବି ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ରାଜ୍ୟରେ ସର୍ବାଧିକ ସକ୍ଷମ ଅଙ୍ଗନୱାଡି ହେବ । ଏହାସହ କାର୍ଯ୍ୟରତ ମହିଳାମାନଙ୍କ ନିମନ୍ତେ ହଷ୍ଟେଲ ବ୍ୟବସ୍ଥା ହେବ ବୋଲି ମଧ୍ୟ କହିଛନ୍ତି ପ୍ରଭାତି ପରିଡା । ରାଜସ୍ଥାନର ଉଦୟପୁରରେ ଆୟୋଜିତ ଚିନ୍ତନ ଶିବିର କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଆଗରେ ଏପରି ପ୍ରସ୍ତାବ ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ।

You can share this post!
author