ବଢିବ ବିଧାୟକଙ୍କ ଦରମା !

ବଢିବ ବିଧାୟକଙ୍କ ଦରମା !

କିଛି ମାସର ବ୍ୟବଧାନ ପରେ ପୁଣି ଉଠିଲା ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ । ବିଧାନସଭାରେ ନିଜ ଦରମା ବୃଦ୍ଧି ନେଇ ଦାବି କରିଛନ୍ତି ସବୁ ଦଳର ବିଧାୟକ । ଚଳିତ ବର୍ଷ ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଧାୟକମାନଙ୍କ ମଧ୍ୟରୁ ୭୩ ପ୍ରତିଶତ ବିଧାୟକ କୋଟିପତି ରହିଥିବା ସୂଚନା ମିଳିଛି । କିନ୍ତୁ ଏହା ସତ୍ତ୍ୱେ ବାରମ୍ବାର ନିଜ ଦରମା ବୃଦ୍ଧି ନେଇ ବିଧାୟକମାନେ ଦାବି କରୁଛନ୍ତି । ଯାହାକୁ ବିଚାରକୁ ନେଇ ବାଚସ୍ପତ୍ତି ସୁରମା ପାଢୀ ମଧ୍ୟ ବରିଷ୍ଠ ବିଧାୟକ ଭାସ୍କର ମଢେଇଙ୍କ ଅଧ୍ୟକ୍ଷତାରେ ଏକ ଉପଦେଷ୍ଟା କମିଟି ଗଠନ କରିଛନ୍ତି । ଏହି କମିଟି ବିଧାୟକମାନଙ୍କ ଦରମା ଓ ଭତ୍ତା, ପୂର୍ବତନ ବିଧାୟକମାନଙ୍କ ପେନସନ୍ ବୃଦ୍ଧି ନେଇ ତା’ର ରିପୋର୍ଟ ଦେବ ବୋଲି ଜଣାପଡିଛି । କିନ୍ତୁ ୧୪୭ ବିଧାୟକଙ୍କ ମଧ୍ୟରୁ ୧୦୭ ଜଣ ବିଧାୟକ କୋଟି ପତି ଥିବା ବେଳେ ପୁଣି ସେମାନଙ୍କ ଦରମା ବୃଦ୍ଧି ନେଇ ଯେଉଁ ଦାବି କରୁଛନ୍ତି ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି । ଗୋଟିଏ ପଟେ ସାଧାରଣ ଜନତା କମ ରୋଜଗାର ଏବଂ ଦରଦାମ୍ ବୃଦ୍ଧିକୁ ନେଇ ସନ୍ତୁଳି ହେଉଥିବା ବେଳେ ବିଧାୟକଙ୍କ ଏପରି ଦାବି ସାଧାରଣରେ ଆଲୋଡନ ସୃଷ୍ଟି କରିଛି ।

author

Related Articles

Leave a Reply

Your email address will not be published. Required fields are marked *