ବଢିଲା ତାତି କିଏ ମାରିବ ବାଜି ? ନବୀନଙ୍କ ପରି ଭୋଗିବେ କେଜ୍ରିୱାଲ…

ବଢିଲା ତାତି କିଏ ମାରିବ ବାଜି ? ନବୀନଙ୍କ ପରି ଭୋଗିବେ କେଜ୍ରିୱାଲ…

ସରିଲା ନିର୍ବାଚନ ବଢିଲା ତାତି । କିଏ ମାରିବ ବାଜି ? କାହାକୁ ଭରସା କରିବେ ଜନତା ? କାହା ହାତକୁ ଯିବ ଦିଲ୍ଲୀର ଶାସନ ଭାର ? 27 ବର୍ଷ ପରେ ଫୁଟିବ କି ପଦ୍ମ ? ଭାଙ୍ଗିଯିବ କି ଆପ ର ସ୍ୱପ୍ନ ? ଅଧା ରହିଯିବ କି କଂଗ୍ରେସର ସରକାର ଗଢିବା ଲକ୍ଷ୍ୟ । ହଁ ଦର୍ଶକବନ୍ଧୁ ଦିଲ୍ଲୀ ବିଧାନସଭା ନିର୍ବାଚନ ସରିବା ପରେ ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି । ଦିଲ୍ଲୀ ବିଧାନସଭାରେ ମୋଟ 70 ଟି ଆସନ ରହିଥିବା ବେଳେ ପ୍ରାୟ 35 ରୁ 40 ଆସନ ବିଜେପିକୁ ମିଳିପାରେ ବୋଲି ଏକଜିଟ ପୋଲର ରିପୋର୍ଟ କହୁଛି । ଅନ୍ୟପଟେ ଆପକୁ ଏଥର ଦିଲ୍ଲୀରେ ବଡ ବିପର୍ଯ୍ୟୟର ସାମ୍ନା କରିବାକୁ ପଡିପାରେ ବୋଲି କୁହାଗଲାଣି । ଏକଜିଟ ପୋଲ ଯଦି ଏକଜାଟ ପୋଲ ହୁଏ ତେବେ ଦିଲ୍ଲୀରେ ସରକାରରେ ବଡ ପରିବର୍ତ୍ତନ ହେବାକୁ ପଡିପାରେ ।

ବର୍ତ୍ତମାନ ଦିଲ୍ଲୀରେ ଆମ ଆଦମୀ ପାର୍ଟିର ସରକାର ରହିଛି । ଲଗାତାର ଭାବେ ଆମ ଆଦମୀ ପାର୍ଟି ଏଠାରେ ସରକାର ଗଢୁଥିଲା । କିନ୍ତୁ ଚଳିତ ଥରର ଦିଲ୍ଲୀ ବିଧାନସଭା ନିର୍ବାଚନର ଏକଜିଟ ପୋଲର ରିପୋର୍ଟ ଅନୁଯାୟୀ ଆପ କାନ୍ଧରୁ ହଟିପାରେ ଶାସନ କ୍ଷମତା । ଦୀର୍ଘ 27 ବର୍ଷ ପରେ ଦିଲ୍ଲୀରେ ଫୁଟିବାକୁ ଯାଉଛି ପଦ୍ମ । ସେପଟେ ଓଡିଶାରେ ପ୍ରଥମ ଥର ପାଇଁ ଡବଲ ଇଞ୍ଜନ ସରକାର ହୋଇଛି । ଓଡିଶା ପରେ ଭାରତୀୟ ଜନତା ପାର୍ଟି ଫୋକସରେ ଦିଲ୍ଲୀ ରହିଥିଲା । ବିଜେପି ନିଜର ନିର୍ବାଚନ ଇସ୍ତାହାରରେ ଦିଲ୍ଲୀ ବାସୀଙ୍କ ପାଇଁ ହାତ ଖୋଲି ଦେଇଥିଲା । ପ୍ରତିଶ୍ରୁତି ଉପରେ ପ୍ରତିଶ୍ରୁତି ବର୍ଷା କରିଥିଲା ଭାରତୀୟ ଜନତା ପାର୍ଟି । ମହିଳା ଭୋଟକୁ ହାତେଇବା ପାଇଁ ବିଜେପି ପ୍ରସ୍ତୁତ କରୁଥିବା ରଣନୀତି ଠିକ କାମ ଦେଇଛି ବୋଲି କୁହାଯାଉଛି ।

ରାଜନୈତିକ ସମୀକ୍ଷକଙ୍କ ମତାନୁଯାୟୀ ଆପ ପାଇଁ ଚଳିତ ଥରର ନିର୍ବାଚନ ବେଶ ଗୁରୁତ୍ୱପୂର୍ଣ୍ଣ ଅଟେ । କାହିଁକିନା ଆପର ଅନେକ ନେତା ଦୁର୍ନୀତି ମାମଲାରେ ଫସି ରହିଥିଲେ । ଯାହା ଆମ ଆଦମୀ ପାର୍ଟିକୁ ବ୍ୟାକଫୁଟକୁ ଆଣିଥିଲା । ଯାହାର ଫାଇଦା ଉଠାଇଥିଲା ଭାରତୀୟ ଜନତା ପାର୍ଟି । ତେଣୁ ବିଜେପିକୁ ଚୁପ କରିବା ପାଇଁ ଯେତେ ରଣନୀତି ପ୍ରସ୍ତୁତ କରିଥିଲେ ମଧ୍ୟ ଏକଜିଟ ପୋଲର ରିପୋର୍ଟ ଅନୁଯାୟୀ ଭାରତୀୟ ଜନତା ପାର୍ଟି ସରକାର ଗଢିବାକୁ ଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *