ବଢିଲା ଭତ୍ତା ଟଙ୍କା…

ବଢିଲା ଭତ୍ତା ଟଙ୍କା…

ଏପଟେ ବାଜିଲା ନିର୍ବାଚନର ବିଗୁଲ । ସେପଟେ ବଢିଲା ଭତ୍ତା ଟଙ୍କା । ପ୍ରାୟ ୧୧ ମାସ ପରେ ନିଜ ନିର୍ବାଚନ ପ୍ରତିଶ୍ରୁତି ମୁତାବକ ବିଜେପି ଭତ୍ତା ଟଙ୍କା ବୃଦ୍ଧି କରିଛି । କିନ୍ତୁ ଏଥିରେ ବି ଟ୍ୱିଷ୍ଟ ଆସିଛି । କେବଳ ୮୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଏବଂ ୮୦ ପ୍ରତିଶତରୁ ଅଧିକ ଶାରୀରିକ ଅକ୍ଷମ ଥିବା ହିତାଧୀକାରୀଙ୍କୁ ଜୁନ ମାସରୁ ୩୫୦୦ ଟଙ୍କା ଭତ୍ତା ମିଳିବା ନେଇ ମୋହନ ସରକାର ଘୋଷଣା କରିଛନ୍ତି । ତେବେ ସୂଚନା ଅନୁସାରେ, ୨୦୨୫ ଜୁନ୍ ମାସ ସୁଦ୍ଧା ଯେଉଁ ବରିଷ୍ଠ ନାଗରିକମାନଙ୍କର ବୟସ ୮୦ ବର୍ଷ ଅତିକ୍ରମ କରିଥିବ ସେମାନଙ୍କୁ ସରକାର ୩୫୦୦ ଟଙ୍କା ଭତ୍ତା ପ୍ରଦାନ କରିବେ । ସେହିଭଳି ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କର ଅକ୍ଷମତା ୮୦ ଭାଗରୁ ଅଧିକ ହୋଇଥିବ , ସେମାନଙ୍କୁ ମଧ୍ୟ ଜୁନ ମାସରୁ ମାସିକ ୩୫୦୦ ଟଙ୍କା ଭତ୍ତା ମିଳିବା ନେଇ ସୂଚନା ମିଳିଛି । ତେବେ ଦୀର୍ଘ ମାସ ଧରି ଭତ୍ତା ଟଙ୍କା ବୃଦ୍ଧିକୁ ନେଇ ଭତ୍ତା ହିତାଧୀକାରୀଙ୍କ ମହଲରେ ଅସନ୍ତୋଷର ମାହୋଲ ରହିଥିବା ବେଳେ ଏବେ ପଞ୍ଚାୟତ ଉପନିର୍ବାଚନ ବାହାନାରେ ସରକାର ଭତ୍ତା ବୃଦ୍ଧି କରି ଏକ ମାଷ୍ଟରଷ୍ଟ୍ରୋକ ଖେଳିଥିବା କୁହାଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *