ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା ବଢାଇଲେ ରାଜ୍ୟ ସରକାର । ସ୍ୱାଧୀନତା ସଂଗ୍ରାମୀ ଦିବସ ସମାରୋହରେ ଭତ୍ତା ବୃଦ୍ଧି ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କାରାବରଣ କରିଥିବା ସବୁ ସ୍ଵାଧୀନତା ସଂଗ୍ରାମୀ ମାନଙ୍କର ପେନସନକୁ ୧୦ହଜାରରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । କାରାବରଣ କରିନଥିବା ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ପେନସନକୁ ୯ ହଜାର ରୁ ୧୫ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ସରକାର । ସେହିପରି ଜାତୀୟ ପେନସନ ପାଉଥିବା ସ୍ଵାଧୀନତା ସଂଗ୍ରାମୀଙ୍କ ପେନସନକୁ ମାସକୁ ୮ ହାଜର ପରିବର୍ତ୍ତେ ୧୦ ହାଜର ଟଙ୍କା କରିଛନ୍ତି ସରକାର ।

You can share this post!
author