ବଦଳିବ ଅରିନ୍ଦମଙ୍କ ମନ !

ବଦଳିବ ଅରିନ୍ଦମଙ୍କ ମନ !

ବର୍ଷେ ହେବ ବିଜେପିକୁ ଆସିବା ପରେ ବି ଥଇଥାନ ହୋଇପାରୁନାହାନ୍ତି ଅରିନ୍ଦମ । ନା ମିଳୁଛି ପାୱାର ନା ମିଳୁଛି ସମ୍ମାନ । ଫଳରେ ଦଳରେ କେବଳ ଜଣେ ଗୁଣ୍ଡୁଚି ମୂଷା ହୋଇ କାମ କରୁଛନ୍ତି ଅରିନ୍ଦମ ରାୟ । ନିଜ ଅଞ୍ଚଳରେ ଜନ ସମ୍ପର୍କ ବଢାଇବା ସହିତ ବିଜେପି ପାଇଁ ପ୍ରଚାର ପ୍ରସାର କରିବାରେ ସୀମିତ ରହୁଛନ୍ତି । କିନ୍ତୁ ଅରିନ୍ଦମଙ୍କୁ ଦଳର ଶୀର୍ଷ ନେତୃତ୍ୱ କୌଣସି ବଡ ପଦ ପଦବୀରେ ସ୍ଥାନିତ କରୁନାହାନ୍ତି ।

ତେବେ ଗତ ବର୍ଷ ମାର୍ଚ୍ଚ ୧୫ ତାରିଖରେ ଅରିନ୍ଦମ ବିଜେଡି ଛାଡି ବିଜେପିରେ ମିଶିଥିଲେ । ବିଜେପିରେ ତାଙ୍କୁ ଟିକେଟ ମିଳିଲା ସତ ହେଲେ ହାରିବା ପରେ ଦଳରେ ସେ ସତେ ଯେପରି କୋଣଠେସା ହୋଇଗଲେ । ଏବଂ କେବଳ ନିଜ ଅଞ୍ଚଳରେ ହିଁ ସୀମିତ ରହିଗଲେ । ଦଳର ବଡ ବଡ କାଯ୍ୟକ୍ରମରେ ମଧ୍ୟ ଅରିନ୍ଦମ ସାଧାରଣ କର୍ମୀ ହୋଇ ରହିଥିବା ଦୃଶ୍ୟ ସାମ୍ନାକୁ ଆସିଥିଲା । ଯାହାକୁ ନେଇ ଅରିନ୍ଦମ ରାଗରେ ଯେଉଁ ନିଷ୍ପତ୍ତି ନେଇଥିଲେ ତାହା ତାଙ୍କ ଉପରେ ହିଁ ଭାରି ପଡୁଥିବା ଚର୍ଚ୍ଚା ହେଉଛି ।

ଅନ୍ୟପଟେ, ବିଜେପି କୁ ରାଜ୍ୟରେ ସରକାର ଚଳେଇବାର ଏକ ବର୍ଷ ପୂର୍ତି ପୂରଣ ହେବାକୁ ଯାଉଥିବା ବେଳେ ଏବେ ବି ମୋହନ ସରକାର ସରକାର ଚଳେଇବାରେ ଅସମର୍ଥ ଥିବା ଏବଂ ନବୀନଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଦେବା ଉଚିତ୍ ବୋଲି ବରିଷ୍ଠ ରାଜନୀତିଜ୍ଞଙ୍କ ମହଲରେ ଚର୍ଚ୍ଚା ଜୋର ଧରିଛି । ବିକାଶ ଠପ୍ ହୋଇ ପଡିରହିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ସରକାରୀ ଅଧିକାରୀ ଖାତିର କରୁନାହାନ୍ତି । ଯାହାକୁ ନେଇ ଭରା ସଭାରେ ମୁହଁ ଖୋଲୁଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ । ଏପରିକି ଅଧାଗଢା ମନ୍ତ୍ରୀ ମଣ୍ଡଳକୁ ନେଇ ମୋହନ ସରକାର ଏକ ବର୍ଷ କାଯ୍ୟ କରିସାରିଲେଣି । ଏପଟେ ନିଗମ ଏବଂ ବୋର୍ଡ ଅଧ୍ୟକ୍ଷ ପଦ ବି ଖାଲି ଝୁଲୁଛି । ତେଣୁ ଏ ଡବଲ ଇଞ୍ଜିନ ସରକାରର ଡବଲ ଇଞ୍ଜିନ ଏକ ବର୍ଷ ଭିତରେ ଖରାପ ହୋଇଯାଇଥିବା ଚର୍ଚ୍ଚା ଚାଲିଛି । ଆଉ ଏଭଳି ସ୍ଥିତିରେ ଦଳୀୟ ନେତାଙ୍କୁ ଛାଡି ଆମଦାନୀ ନେତାଙ୍କୁ ଯେ, ମୋହନ ପ୍ରାଧାନ୍ୟ ଦେବେ ତାହା ଆକଳନ ବାହାରେ । ତେବେ ଦେଖାଯାଉ ବିଜେପିରେ ଅରିନ୍ଦମଙ୍କ ଭାଗ୍ୟ ଚମକୁଛି ନା ନାହିଁ ନା ଅରିନ୍ଦମଙ୍କ ମନ ପରିବର୍ତନ ହେଉଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *