ବଦଳିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଡିଜାଇନ୍

ବଦଳିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଡିଜାଇନ୍

ବିଜେଡି ଓଡିଶାର ନକ୍ସା ବଦଳାଇବାକୁ ବିଜେପି କରୁଛି ପ୍ଲାନିଂ । ରାଜ୍ୟରେ ଗୋଟିଏ ପରେ ଗୋଟିଏ ନୂଆ ନିୟମ ଆଣିବା ସହ ପରିବର୍ତନ କରିବାକୁ ଯୋଜନା ଚଳାଇଛି ବିଜେପି । ପ୍ରଥମେ ଶ୍ରୀମନ୍ଦିର ଆନନ୍ଦବଜାରରେ ଗେରୁଆ ବସ୍ତ୍ରକୁ ଡ୍ରେସକୋଡ ଭାବରେ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଉ ଏବେ ଶ୍ରୀମନ୍ଦିରର ପରିକ୍ରମା ପ୍ରକଳ୍ପର ଡିଜାଇନରେ ପରିବର୍ତନ ଆଣିବା ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଘୋଷଣା କରିଥିବା ସୂଚନା ମିଳିଛି । ପୁରୁଣା ଡିଜାଇନରେ କିଛି ନୂଆ ଆଡ୍ କରାଯାଇ ନୂଆ ଡିଜାଇନ ପ୍ରସ୍ତୁତ ହେବା ନେଇ ଆଇନମନ୍ତ୍ରୀ ଘୋଷଣା କରିଛନ୍ତି । ଏହା ସହ ନୂଆବର୍ଷରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ । ଶୃଙ୍ଖଳିତ ଦର୍ଶନ ପାଇଁ ଏଭଳି ବ୍ୟବସ୍ଥା ଲାଗୁ କରାଯିବା ସହ ଦିବ୍ୟାଙ୍ଗ ଏବଂ ବୟସ୍କଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯିବା ନେଇ ସୂଚନା ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *