ରାଜ୍ୟରେ ବଦଳିବ ହେଲ୍ଥ କାର୍ଡର ଲୋଗୋ । ଖୁବଶୀଘ୍ର ମିଳିବ ଆୟୁଷ୍ମାନ କାର୍ଡ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏହା ସହ ହସ୍ପିଟାଲରେ ମାଳ ମାଳ ପ୍ରେସକ୍ରିପସନ ଧରି ବୁଲିବାରୁ ମଧ୍ୟ ମୁକ୍ତି ମିଳିବା ନେଇ କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ରୋଗୀ ମାଳ ମାଳ ପ୍ରେସକ୍ରିପସନ ଧରି ବୁଲିବା ବଦଳରେ ରୋଗୀଙ୍କ ସମସ୍ତ ଡାଟା ଗୋଟିଏ ଆକାଉଣ୍ଟରେ ରହିବ ଏବଂ କ୍ୟୁ ଆର୍ କୋଡ ସ୍କାନ କଲେ ସେହି ଆକାଉଣ୍ଟମାଧ୍ୟମରେ ଡାକ୍ତର ରୋଗୀର ସମସ୍ତ ଡାଟା ପାଇପାରିବେ ବୋଲି ସୂଚନା ମିଳିଛି । ଖୁବଶୀଘ୍ର ସରକାର ଲାଗୁ କରିବାକୁ ଯାଉଛନ୍ତି ନ୍ୟାସନାଲ ଡିଜିଟାଲ ହେଲଥ ମିଶନ । ନ୍ୟାସନାଲ ହେଲଥ ଅଥରିଟି ଅଣ୍ଡରରେ ରହିବ ଏହି କାର୍ଡ । ଏହି କାର୍ଡର ନାମ ରହିବ ଆୟୁଷ୍ମାନ ଭାରତ ହେଲଥ ଆକାଉଣ୍ଟ । ଆୟୁଷ୍ମାନ ଭାରତ ସହିତ ମିଳିବ ଏହି କାର୍ଡ । ଫେବୃଆରୀ ପୂର୍ବରୁ କାର୍ଡ ବାଣ୍ଟିବା ନେଇ ଯୋଜନା କରୁଛନ୍ତି ସରକାର ।

You can share this post!
author