ବଦଳିଲା ବାବା ପ୍ରସନ୍ନଙ୍କ ନିଷ୍ପତ୍ତି…

ବଦଳିଲା ବାବା ପ୍ରସନ୍ନଙ୍କ ନିଷ୍ପତ୍ତି…

ଶେଷରେ ଦୁଇ ମାସ ପୂର୍ବରୁ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି । ବିଜୁ ଜନତା ଦଳ ଆରମ୍ଭରୁ ଦଳରେ ଥିବା ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ ଶେଷରେ ନବୀନଙ୍କ ହାତ ଛାଡି ବିଜେପି ହାତ ଧରିଛନ୍ତି । ଚଳିତ ନିର୍ବାଚନରେ ଟିକେଟ ପାଇଁ ଆଶାୟୀ ଥିବା ବାବା ପ୍ରସନ୍ନଙ୍କୁ ବିଜେଡି ଟିକେଟ ଦେଇନଥିଲା । ପ୍ରଥମେ ରାଜ୍ୟସଭା. ପରେ ଲୋକସଭା ଏପରିକି ବିଧାନସଭା ଆସନ ପାଇଁ ମଧ୍ୟ ତାଙ୍କୁ ଦଳ ଭରସା କରିନଥିଲା । ଯେଉଁ କାରଣରୁ ପ୍ରସନ୍ନ ଦଳ ଉପରେ ଅପ୍ରସନ୍ନ ରହିଥିଲେ । ଚର୍ଚ୍ଚା ହେଉଥିଲା କି ନିବାଚନ ପୂବରୁ ହିଁ ପ୍ରସନ୍ନ ପାଟ୍ଟଶାଣୀ ବିଜେପିକୁ ଡିଆଁ ମାରିବେ ବୋଲି । କିନ୍ତୁ ସେ ଠିକ୍ ସମୟକୁ ଅପେକ୍ଷା କରିଥିଲେ । ଆଉ ଏବେ ବିଜେପି ଓଡିଶାରେ ସରକାର ଗଢିବା ପରେ ଡେରିରେ ହେଉ ପଛେ ପ୍ରସନ୍ନ ଦିଲ୍ଲୀରେ ବିଜେପି ସହ ହାତ ମିଳାଇଛନ୍ତି । ନିବାଚନ ପରେ ପରେ ପ୍ରଥମ ନେତା ଭାବେ ଦଳ ଛାଡିଛନ୍ତି ପ୍ରସନ୍ନ ପାଟ୍ଟଶାଣୀ । ନିଜ ବେକରେ ଦଳୀୟ ଉତ୍ତରୀୟ ପକାଇଥିବା ଏକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ବିଜେଡିରେ ଥିବା ବେଳେ ବାବା ପ୍ରସନ୍ନଙ୍କୁ ବିଜେଡି ଅନେକ ଥର ଟିକେଟ ଦେଇଛି । ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ୫ ୫ ଥର ସାଂସଦ ଭାବେ ନିବାଚିତ ହୋଇଥିଲେ ପ୍ରସନ୍ନ ପାଟ୍ଟଶାଣୀ । ୧୯୯୮ ମସିହାରୁ ୨୦୧୯ ଯାଏଁ ଭୁବନେଶ୍ୱର ସାଂସଦ ଥିଲେ । କିନ୍ତୁ ଦଳ ତାଙ୍କୁ ୨୦୧୯ ରେ ଆଉ ଟିକେଟ ଦେଇନଥିଲା । ଯାହା ପରେ ଦଳ ଉପରେ ଖପ୍ପା ରହିବା ଆରମ୍ଭ କରିଥିଲେ ପ୍ରସନ୍ନ । ଏପରିକି ୨୦୨୪ ନିବାଚନରେ ମଧ୍ୟ ପ୍ରସନ୍ନଙ୍କୁ ସମାନ ଦଶା ଭୋଗ କରିବାକୁ ପଡିଥିଲା । ଏପରିକି ଷ୍ଟାର ପ୍ରଚାରକରେ ବି ତାଙ୍କ ନାଁ କୁ ସ୍ଥାନ ମିଳିନଥିଲା । ଯାହା ପରେ ସେ ଦଳରେ ଥାଇ ବି ଦଳ ପାଇଁ କିଛି ବି ନଥିଲେ । ଆଉ ଏବେ ସେ ଦଳକୁ ଅଲବିଦା କହି ବିଜେପିରେ ସାମିଲ ହୋଇଛନ୍ତି । ତେବେ ଦେଖାଯାଉ ବୟସର ଅପରାହ୍ଣରେ ଥିବା ବାବା ପ୍ରସନ୍ନଙ୍କୁ ଦଳ କେଉଁ ଦାୟିତ୍ୱ ଦେଉଛି ନା ବିଜେଡି ଭଳି ବିଜେପିରେ ବି ସେ କୋଣଠେସା ହୋଇ ରହୁଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *