ବଦଳିଲା ଲୋକଙ୍କ ମୁଡ୍‌..!

ବଦଳିଲା ଲୋକଙ୍କ ମୁଡ୍‌..!

ଆଉ ଉଧେଇବନି ଓଡିଶା । ବିଜେପି ସରକାରରେ ତଳମୁହାଁ ଓଡିଶାର ପ୍ରଗତି । ହଁ ଆଜ୍ଞା, ଏ କଥା ଆମେ କହୁନୁ, ମୋହନ ସରକାରରେ ରାଜ୍ୟର ସ୍ଥିତି ଯେପରି ହେଲାଣି ତାକୁ ନେଇ ଏପରି ନାନା ଚର୍ଚ୍ଚା ସାଧାରଣରେ ଚାଲିଛି । ସ୍ୱାସ୍ଥ୍ୟ ସେବାଠାରୁ ଆରମ୍ଭ କରି, ଶିକ୍ଷା, ରୋଜଗାର, ଦରଦାମ ଆଦି ବିଭିନ୍ନ ଦିଗରେ ସାଧାରଣ ଜନତା ନାହିଁ ନଥିବା ହଇରାଣ ହେଉଛନ୍ତି । ପାଣି ଟୋପେ ପିଇବାକୁ ବି ହନ୍ତସନ୍ତ ହେଉଛନ୍ତିା ଆଉ ଆଇନ ବ୍ୟବସ୍ଥା କଥା ତ ନଉଠାଇବା ଭଲ । ରାଜ୍ୟରେ ହତ୍ୟା, ଚୋରୀ, ଡକାୟତି , ଗୁଣ୍ଡା ଗର୍ଦ୍ଦି ଘଟଣା ସାଧାରଣ କଥା ହୋଇଗଲାଣି । ଗାଁ ଦାଣ୍ଡରେ ଖେଳୁଥିବା ଛୋଟ ଛୁଆ ବି ସୁରକ୍ଷିତ ନାହାନ୍ତି । ସାଧାରଣ ଲୋକଙ୍କ ସହ ନେତା ମନ୍ତ୍ରୀ ବି ଏଥିରୁ ବର୍ତି ପାରୁନାହାନ୍ତି । ଯାହାକୁ ନେଇ ବିଜେପିକୁ ଅଧିକାଂଶ ଲୋକେ ଛି ଛାକର କରୁଛନ୍ତିା ଏବଂ ବିଜେପିକୁ ଭୋଟ ଦେଇ ପସ୍ତାଉଥିବା ମତ ପ୍ରକାଶ କରୁଛନ୍ତିା ଏହା ସହିତ ଆମକୁ ମୋହନ ସରକାର ଆଉ ଦରକାର ନାହିଁ ଆମକୁ କେବଳ ନବୀନ ଦରକାର ବୋଲି ଦାବି କରୁଛନ୍ତି ।

ଅନ୍ୟପଟେ ବିରୋଧୀ ଆସନରେ ଥିବା ବେଳେ ଯେଉଁ ସବୁ ଘଟଣାକୁ କେନ୍ଦ୍ର କରି ବିଜେପି ନ୍ୟାୟ ପାଇଁ ରାଜରାସ୍ତାରେ ବସୁଥିଲା ସେହି ସବୁ ପ୍ରସଙ୍ଗରେ ଏବେ ପାଟିରେ ତାଲା ପକାଇଛି । ସେ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧିକୁ ନେଇ ହେଉ ବା ସ୍କୁଲ ପାଖରେ ଥିବା ଡମ୍ପିୟାର୍ଡକୁ ହଟାଇବାକୁ ହେଉ । ନିବାଚନ ସମୟରେ ବଡ ବଡ ପ୍ରତିଶ୍ରୁତି ଦେଉଥିଲେ ବର୍ତମାନର ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କିନ୍ତୁ ସରକାରକୁ ଆସିବା ପରେ ନିଜ କଥାରୁ ଓହରି ସାଧାରଣ ଲୋକଙ୍କୁ ଧୋକା ଦେଇଥିବା ଅଭିଯୋଗ ହୋଇଛି ।

author

Related Articles

Leave a Reply

Your email address will not be published. Required fields are marked *