ବଦଳିଲା ସରକାରଙ୍କ ନିଷ୍ପତ୍ତି…

ବଦଳିଲା ସରକାରଙ୍କ ନିଷ୍ପତ୍ତି…

ବଦଳିଲା ସରକାରଙ୍କ ନିଷ୍ପତ୍ତି । ନୂଆବର୍ଷ ବଦଳରେ ଜାନୁଆରୀ ୨୦ ତାରିଖରୁ ଆରମ୍ଭ ହେବ ଶ୍ରୀମନ୍ଦିରରେ ଧାଡି ଦର୍ଶନ । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ନୂଆ ବର୍ଷ ବେଳେ ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼କୁ ଦୃଷ୍ଟିରେ ରଖି ସରକାର ପଦକ୍ଷେପ ନେଉଛନ୍ତି । ଭିଡ଼ ଅଧିକ ରହୁଥିବାରୁ ଧାଡ଼ି ଦର୍ଶନ ବ୍ୟବସ୍ଥା ଏବେ କରାଯିବ ନାହିଁ । ନୂଆ ବର୍ଷ ପରେ ଭିନ୍ନକ୍ଷମ ଓ ଅତି ବୟସ୍କ ଭକ୍ତଙ୍କ ଦର୍ଶନ ପାଇଁ ଖୁବଶୀଘ୍ର ପଦକ୍ଷେପ ନେବେ ସରକାର । ମାର୍କେଟ ଛକ ପର‌୍ୟ୍ୟନ୍ତ ଧାଡ଼ି ବ୍ୟବସ୍ଥା କରାଯାଇଛି । ଧାଡ଼ିରେ ଛିଡା ହେଲା ବେଳେ ଭକ୍ତ ମାନଙ୍କୁ ପାଣି ଯୋଗାଇ ଦିଆଯାଉଛି । ଏହାସହ କୁଳର କିମ୍ବା ଫ୍ୟାନ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲୋକଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସରକାର ସଚେତନ ଅଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *