ବଦଳିଲେ ମୋହନଙ୍କ ବ୍ୟକ୍ତିଗତ ସଚିବ

ବଦଳିଲେ ମୋହନଙ୍କ ବ୍ୟକ୍ତିଗତ ସଚିବ

ନୂଆ ବର୍ଷ ଆରମ୍ଭରୁ ରାଜ୍ୟ ରାଜନୀତିରେ ବଡ ହଲଚଲ । ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ସଚିବ । ପ୍ରାୟ ପାଞ୍ଚ ମାସ ତଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ ପାଇଥିବା ଅରିନ୍ଦମ ଡାକୁଆଙ୍କ ବଦଳି ହୋଇଛି । ତେବେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଅରିନ୍ଦମ ଡାକୁଆ ପୌର ପ୍ରଶାସକ ହେଲେ । ତାଙ୍କୁ ପୌର ପ୍ରଶାସକ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ସଚିବ ଭାବେ ଦାୟିତ୍ୱ ମିଳିଛି । ତେବେ ଅରିନ୍ଦମ ଡାକୁଆଙ୍କ ସ୍ଥାନରେ କିଏ ଏହି ପଦ ସମ୍ଭାଳିବେ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳି ପାରିନି । କେବଳ ଅରବିନ୍ଦ ଡାକୁଆ ନୁହଁନ୍ତି ବରଂ ଅନ୍ୟ ବିଭାଗରେ ମଧ୍ୟ ବଦଳି କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ସଚିବ ଭାବେ ୨୦୧୧ ବ୍ୟାଚ୍ ଆଇଏଏସ୍ ଅରିନ୍ଦମ ଡାକୁଆଙ୍କୁ ଗତ ଜୁଲାଇ ମାସରେ ନିଯୁକ୍ତି ମିଳିଥିଲା। ସେ ବଲାଙ୍ଗୀର, ନୟାଗଡ଼ ଓ କଟକ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିବା ପରେ ଗତ ଜୁଲାଇରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ ହୋଇଥିଲେ। ଏବେ ତାଙ୍କ ବଦଳି ପରେ କିଏ ଉକ୍ତ ପଦବୀରେ ବସିବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

author

Related Articles

Leave a Reply

Your email address will not be published. Required fields are marked *