ବନ୍ଦେ ଭାରତ ଏକ୍ସପ୍ରେସକୁ କଲେ ପଥର ମାଡ

ବନ୍ଦେ ଭାରତ ଏକ୍ସପ୍ରେସକୁ କଲେ ପଥର ମାଡ

ବନ୍ଦେ ଭାରତ ଏକ୍ସପ୍ରେସକୁ କଲେ ପଥର ମାଡ । ରାଉରକେଲା-ଭୁବନେଶ୍ବର ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ମାଡ କରାଯାଇଥିବା ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି । ଢେଙ୍କାନାଳ-ଅନୁଗୁଳ ରେଲୱେ ସେକ୍ସନ୍ ଅନ୍ତର୍ଗତ ମେରାମଣ୍ଡଳୀ ଏବଂ ବୁଢାପଙ୍କ ମଧ୍ୟରେ ଏହି ପଥର ମାଡ ହୋଇଛି । ପଥର ମାଡରେ ଟ୍ରେନର ଏଗଜିକ୍ୟୁଟିଭ୍ କ୍ଲାସ୍ କୋଚର ଝରକା ପାଖ ଅଂଚଳ କ୍ଷତିଗ୍ରସ୍ତ ହୋଇଛି । ଟ୍ରେନରେ କାର୍ଯ୍ୟରତ ଆରପିଏଫ୍ ପକ୍ଷରୁ ଏନେଇ ଅଭିଯୋଗ ଅଣାଯିବା ପରେ ଆରପିଏଫ ଆସିଷ୍ଟାଣ୍ଟ ସିକ୍ୟୁରିଟି କମିଶନର ଅନୁଧ୍ୟାନ କରୁଛନ୍ତି । ଏ ସମ୍ପର୍କରେ ସ୍ଥାନୀୟ ପୋଲିସକୁ ମଧ୍ୟ ସୂଚନା ଦିଆ ଯାଇଛି । ପଥର ଫିଙ୍ଗିବା ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରେଳବାଇ ପକ୍ଷରୁ କୁହା ଯାଇଛି । ପୂର୍ବରୁ ମଧ୍ୟ ଦେଶର ଅନେକ ସ୍ଥାନରେ ବନ୍ଦେ ଭାରତ ଉପରେ ପଥର ମାଡ଼ ହୋଇଛି । କୌଣସି ଯାତ୍ରୀଙ୍କ କ୍ଷୟକ୍ଷତି ହୋଇ ନଥିବା ରେଳବାଇ ପକ୍ଷରୁ କୁହାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *