ବନ୍ଦ ଘରେ ସମସ୍ତଙ୍କୁ ଏମିତି କହିଲେ ଦୀପାଳି !

ବନ୍ଦ ଘରେ ସମସ୍ତଙ୍କୁ ଏମିତି କହିଲେ ଦୀପାଳି !


ଝାରସୁଗୁଡ଼ାରେ ଅନୁଷ୍ଠିତ ହେଲା ବଡ଼ ବୈଠକ . ବନ୍ଦ ଘର ଭିତରେ ସମସ୍ତଙ୍କୁ ଏପରି କହିଲେ ଦୀପାଳି ଦାସ . ବିଗତ ଦିନ କିଛି ଦିନ ହେବ ଚର୍ଚ୍ଚାରେ ରହିଛନ୍ତି ଝାରସୁଗୁଡ଼ା ପୂର୍ବତନ ବିଧାୟିକା ଦୀପାଳି ଦାସ ଓ ତାଙ୍କ ଭାଇ ବିଶାଲ ଦାସ . ତେବେ ଏହାରି ଭିତରେ ପୁଣି ଥରେ ଝାରସୁଗୁଡ଼ାରେ ଏକ ବଡ଼ ବୈଠକ ଅନୁଷ୍ଠିତ ହୋଇଯାଇଛି . ଯେଉଁଠାରେ ଦିପାଳୀଙ୍କୁ ସମସ୍ତଙ୍କ ଆଗରେ କିିଛି କହୁଥିବା ଦେଖିବାକୁ ମିଳିଛି . ଏହାକୁ ଦେଖିବା ପରେ ସମସ୍ତେ ଭାବୁଛନ୍ତି ଦିପାଳୀ ଏମିତି ବନ୍ଦ ଘର ଭିତରେ ସମସ୍ତଙ୍କୁ କଣ କହୁଛନ୍ତି ?

ତେବେ ଦର୍ଶକ ବନ୍ଧୁ ଏହି ବୈଠକଟିକୁ ଦେଖିଲେ ଲାଗୁଛି ଏହା ରାଜନୈତିକ ବୈଠକ ହୋଇଥିବ ହେଲେ ଏହା ସେମିତି କିଛି ନୁହେଁ . ଏହି ବୈଠକ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ପାଳନ କରିବା ପାଇଁ ଅନୁଷ୍ଠିତ ହୋଇଥିଲା .ଜାନୁଆରୀ ୨୯ତାରିଖରେ ଆୟୋଜିତ ହେବାକୁ ଥିବା ଶ୍ରାଦ୍ଧ ବାର୍ଷିକୀ ପାଇଁ ଦିପାଳୀ ସମସ୍ତଙ୍କର ସହଯୋଗ ଲୋଡ଼ିଥିଲେ . ତେବେ କିରିମିରା ବ୍ଲକରେ ଅନାସ୍ଥା ପ୍ରସ୍ତବରେ ଭୋଟ ପୂର୍ବଦିନ ରାତିରେ କିର୍ମିରା ବ୍ଲକର ସରପଂଚ ଓ ସମିତି ସଭ୍ୟାମ|ନଙ୍କ ସହ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ଛତିଶଗଡ଼ର ମହାସମୁଦ ଜିଲ୍ଲାର ସରେଇପାଲି ଥାନାରେ କୈାଣସି କାରଣରୁ ଅଟକ ରଖିଥିଲା ପୋଲିସ . ଏନେଇ ବିଶାଳ ମଧ୍ୟ ଭିଡ଼ିଓ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ତାଙ୍କୁ ମୁକୁଳାଇବାକୁ ନିବେଦନ କରିଥିଲେ . ପରେ ଏସମ୍ପର୍କରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ .ଯେଉଁଥିରେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସ ଓ ଅନ୍ୟ ମେମ୍ବରଙ୍କୁ ତୁରନ୍ତ ଛାଡ଼ିବାକୁ ଚିଠିରେ ଉଲ୍ଲେଖ ରହିଥିଲା .ପରେ ଏହି ଘଟଣାକୁ ନେଇ ଦୀପାଳୀ ପ୍ରେସ ମିଟ କରି ସରକାରଙ୍କ ଉପରେ ବର୍ଷିଥିଲେ .

author

Related Articles

Leave a Reply

Your email address will not be published. Required fields are marked *