ବିଗତ ଦିନରେ ବାଚସ୍ପତିଙ୍କୁ ନେଇ ସରଗରମ ହୋଇଥିଲା ରାଜନୀତି . ଜଣେ ବିଜେଡ଼ି ସରକାରରେ ଦାୟିତ୍ୱ ତୁଲାଇଛନ୍ତି .ଆଉ ଜଣେ ଠିକଭାବେ ଦାୟିତ୍ୱ ତୁଲାଉଛନ୍ତି .ତେବେ ବିଜେଡ଼ି ସରକାର ସମୟରେ ଜଣେ ମହିଳା ବାଚସ୍ପତି ଭାବେ ଗୃହ କାର୍ଯ୍ୟ ତୁଲାଉଥିଲେ ପ୍ରମିଳା ମଲ୍ଲିକ . ହେଲେ ବିରୋଧିଙ୍କୁ ପ୍ରତି ତାଙ୍କର ଟାଳଟୁଳ ନୀତି ପାଇଁ ତାଙ୍କୁ ଡାଲି ମାଡ଼ ସହିବାକୁ ପଡ଼ିଥିଲା . ତେବେ ସେପ୍ଟେମ୍ବର ୨୮ ତାରିଖ ୨୦୨୩ ରେ ଏହି ଘଟଣା ଘଟିଥିବା ବେଳେ .ସାଙ୍ଗେ ସାଙ୍ଗେ ପ୍ରମିଳା ସେତେବେଳେର ବିଧାୟକ ଏବେର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସସପେଣ୍ଡ କରିଥିଲେ . ଏବେ କିନ୍ତୁ ପ୍ରମିଳା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି .ସେତେବେଳେ ସେମାନେ କିପରି ବ୍ୟବହାର କରିଥିଲେ ସବୁ ଜାଣିଛନ୍ତି ଦେଖିଛନ୍ତି . ବିରୋଧି ଦଳ ସ୍ୱରକୁ କେବେ ବନ୍ଦ କରି ହୁଏନା .ସେପରି ପରିସ୍ଥିତି ଆସିଲେ ଆମେ ନିଶ୍ଚୟ କରିବୁ . କାହାର ନାଲି ଆଖି କାହାର ଭୟରେ ଆମେ ଚାପିଯିବୁ ନାହିଁ .
ତେବେ ଚଳିତ ବିଧାନସଭାରେ ବୀରୋଧୀଙ୍କ ବିଶୃଙ୍ଖଳା ବରଦାସ୍ତ କରାଯିବାନି ବୋଲିକହିଛନ୍ତି ସୁରମା . ଯାହାକୁ ନେଇ ପ୍ରମିଳା ଏବେ ପୂରା ଖପ୍ପା .ସେଥିପାଇଁ ପ୍ରମିଳା ଏପରି ମନ୍ତବ୍ୟ ରଖିଛନ୍ତି .ତେବେ ବାଚସ୍ପତି ସୁରମାଙ୍କ ଏହି ନିଷ୍ପତି ପରେ ପ୍ରମିଳାଙ୍କ ବୟାନ ଏବେ ସାଧାରଣରେ ଖୁବ ଚର୍ଚ୍ଚା ହେଉଛି . ପ୍ରମିଳା କହିଥିଲେ ବାଚସ୍ପତି ମହୋଦୟା ନିକଟରେ ବିଜେପି ଅଫିସକୁ ଯାଇଥିଲେ ତେବେ ମୁଁ ୯ମାସ ବାଚସ୍ପତି ଥିବା ବେଳେ ଦିନେ ଶଙ୍ଖଭବନ ଆସିନାହିଁକି ନବୀନ ନିବାସ ଯାଇନାହିଁ . ହେଲେ ବାଚସ୍ପତି ମହୋଦୟା କିଭଳି ପଳେଇଲେ ବିଜେପି ଅଫିସକୁ ବୋଲି ସେ ପ୍ରଶ୍ନ କରିଥିଲେ