ବନ୍ଦ ହେଲା ଲକ୍ଷ୍ମୀ ଏସି ବସ୍ ଚଳାଚଳ । ମାଲକାନଗିରିରେ ଆଉ ଗଡିବନି ଲକ୍ଷ୍ମୀ ଏସି ବସ୍ । ଆରଟିଓ ବସ୍ ଚଳାଚଳ ପରମିଟ୍ ବାତିଲ୍ କରିଛନ୍ତି । ୬ଟି ରୁଟ୍ରେ ଏହି ବସ୍ ଆଉ ଗଡିବନି ବୋଲି ସବୁ ଅପରେଟରଙ୍କୁ ଏହାକୁ ମାନିବାକୁ ନିଦ୍ଦେଶ ଦେଇଛନ୍ତି । ତେବେ ସାରା ରାଜ୍ୟରେ ୫୭ଟି ଲକ୍ଷ୍ମୀ ଏସି ବସ୍ ଚଳାଚଳ କରୁଥିଲା । ଏହା ମଧ୍ୟରୁ ୨୮ଟି ବସ୍ ଚଳାଚଳ ବନ୍ଦ କରାଯାଇଛି । ତେବେ ପୂର୍ବ ସରକାର ମାଲକାନଗିରି ଜିଲ୍ଲାରୁ ଏହି ବସ୍ ସେବା ଆରମ୍ଭ କରିଥିଲେ । କିନ୍ତୁ ନୂଆ ସରକାର ଏହି ଠାରୁ ହିଁ ଏହି ବସ୍ ସେବା ବନ୍ଦ କରିଛନ୍ତି । ତେବେ ନୂଆ ସରକାର ଆସିବା ପରେ ଲକ୍ଷ୍ମୀ ବସ୍ ଗଡିବ ନା ନାହିଁ ତାକୁ ନେଇ ଅନିଶ୍ଚିତତା ଦେଖାଦେଇଥିଲା । କିନ୍ତୁ ପ୍ରଥମେ ଏହା ସବୁ ଜିଲ୍ଲାରେ ଗଡିବ ବୋଲି ଘୋଷଣା କରିବା ପରେ ଏବେ ଏହାକୁ ବନ୍ଦ କରାଯାଉଥିବା ଦେଖିବାକୁ ମିଳିଛି ।

- August 3, 2024
0
25
Less than a minute
You can share this post!
author