ବନ୍ଧାହେବେ ୫ହଜାର କଂଗ୍ରେସ କର୍ମୀ

ବନ୍ଧାହେବେ ୫ହଜାର କଂଗ୍ରେସ କର୍ମୀ

ମାଡ ଖାଇଲେ ଏବେ ବନ୍ଧା ହେବେ ୫ହଜାର କଂଗ୍ରେସ କର୍ମୀ .ଦଙ୍ଗା କରିବା ଆଇନକୁ ହାତକୁ ନେବା ଭଳି ୧୦ସଙ୍ଗୀନ ଦଫାରେ ମାମଲା ରୁଜ୍ଜୁ କରିଛି କମିଶନ ରେଟ ପୋଲିସ . ତେବେ ଗତ ୨ ୭ ତାରିଖରେ କଂଗ୍ରେସ ବିଧାନସଭା ଘେରାଉ କରିଥିଲା . ସେହି ସମୟରେ କଂଗ୍ରେସ ପୋଲିସ ମୁହଁ| ମୁହିଁ ହୋଇଥିଲେ . ଏଥିରେ ଏକାଧିକ କଂଗ୍ରେସ କର୍ମୀ ପୋଲିସ ମଧ୍ୟ ଆହତ ହୋଇଥିଲେ . ଏହି ମାମଲାରେ କ୍ୟାପିଟାଲ ଥାନା ପୋଲିସ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସମେତ କଂଗ୍ରେସ ନେତା ରାମଚନ୍ଦ୍ର କାଡାମ , ତାରାପ୍ରସାଦ ବାହୀନି ପତି ,ରମେଶ ଚନ୍ଦ୍ର ଜେନାଙ୍କ ସମେତ ୫ହଜାର ନେତା ଓ କର୍ମୀଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଛି . ଏହି ମାମଲାରେ ପୋଲିସ ମାତ୍ର ୪ ଜଣଙ୍କୁ ଗିରଫ କରିଛି .


ତେବେ ମାର୍ଚ୍ଚ ୨ ୭ ତାରିଖ ରଣକ୍ଷେତ୍ର ପାଲଟି ଥିଲା ଭୁବନେଶ୍ୱର ଲୋୟର ପିଏମଜି . ତେବେ କଂଗ୍ରେସ ତରଫରୁ ବିକ୍ଷୋଭରେ ସାମିଲ ହେବା ପାଇଁ ବିଭିନ୍ନ ଜିଲ୍ଲାକୁ ଆହ୍ୱାନ ଦିଆଯାଇଥିବା ବେଳେ ବିକ୍ଷୋଭରେ ସାମିଲ ହେବା ପାଇଁ ଯାଇଥିଲେ ହଜାର ହଜାର କର୍ମୀ . ତେବେ ରାଜଧାନୀ ଛାତି ଉପରେ ଗର୍ଜିଥିଲେ ହଜାର ହଜାର ନେତା କର୍ମୀ .ମୋହନଙ୍କ ବିରୋଧରେ ନାରା ଦେଇଥିଲେ କଂଗ୍ରେସ ନେତା . ପୂର୍ବରୁ କଂଗ୍ରେସ ବିଧାନସଭା ଘେରାଉ କରିବା ବୋଲି ଚେତାବନୀ ଦେଇଥିବା ବେଳେ ମୋହନ ସରକାର ତରଫରୁ ଏହାକୁ ସମ୍ମୁଖିନ କରିବା ପାଇଁ କଣ୍ଟା ବାଡର ବ୍ୟାରିକେଟ ବସାଯାଇଥିଲା . ପାଣି ମାଡ ପଥର ମାଡ . ଆକାଶରେ ଉଡ଼ିଲା ଚେୟାର . ପୋଲିସର ଟିୟସ ସ୍ପ୍ରେ ରେଆଖିରୁ ଗଡ଼ିଲା ଲୁହ .

ତେବେ ଆଗରୁ ଯେହେତୁ ଭିକ୍ଷୋଭ ହେବା ନେଇ କଂଗ୍ରେସ ତରଫରୁ କୁହାଯାଇଥିଲା .ତେଣୁ ମୋହନ ସରକାର ବି ସଗାଜ ଥିବା ଜଣାପଡ଼ିଛି . ଏଥିପାଇଁ ସରକାରଙ୍କ ତରଫରୁ ବିଭିନ୍ନ ସ୍ଥାନରେ ପୋଲିସ ଅଟକାଉଥିଲେ . ତେବେ ଗତକାଲି ବିରୋଧିଙ୍କ ବିରୋଧ ସରକାରଙ୍କ ଉପରେ ଭାରିପଡ଼ିଥିଲା . ପାଣିମାଡ ,ଲାଠିମାଡ ସତ୍ୱେ ହଠିନଥିଲେ କଂଗ୍ରେସ କର୍ମୀ . ଏହି ଦୃଶ୍ୟ ଦେଖିବା ପରେ ଲୋକେ କହୁଥିଲେ ନବୀନଙ୍କ ସରକାର ସମୟରେ ଏମିତି ହୋଇନଥିଲା ମୋହନ ସମାଧାନ ନ କରି ଲୋକଙ୍କୁ ମାଡ ଖୋଇଲେ .

author

Related Articles

Leave a Reply

Your email address will not be published. Required fields are marked *