ବବିଙ୍କୁ ମିଳିଲାନି ଯାଜପୁର ଦାୟିତ୍ୱ !
ଯାଜପୁର ପାଇଁ ବବି ଅଲୋଡ଼ା
ନବୀନଙ୍କ ଭରସା ହରାଉଛନ୍ତି କି ବବି ?
କିଏ ହେବ ଯାଜପୁରରେ ବିଜେଡିର ନୂଆ ଚେହେରା
2024 ନିର୍ବାଚନରେ ବିଜେଡିର ପରାଜୟ ପରେ , ବିଜେଡିର ପୁର୍ବତନ ସଙ୍ଗଠନ ସମ୍ପାଦକ ବବି ଦାସଙ୍କ ଉପରୁ ଧୀରେ ଧୀରେ କମୁଛି ବିଜେଡି ସୁପ୍ରିମୋଙ୍କ ଭରଷା ..ଟିକେ ଦେଖନ୍ତୁ ବିଜେଡିର ଏହି ଲେଟର ଉପରେ 27ଟି ନିର୍ବାଚନ ମଣ୍ଡଳୀ ପାଇଁ 9ଜଣ ନେତାଙ୍କୁ ଦାଇତ୍ୱ ଦେଇଛନ୍ତି ଶଙ୍ଖପତି ..ଏହି ତାଲିକାରେ ଷଷ୍ଠରେ ଅଛନ୍ତି ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ ..ବବିଙ୍କୁ ବଡ଼ଚଣା ବଡ଼ସାହି ,ରାଇରଙ୍ଗପୁର ,ଉଦଳା ଓ ଛେଣ୍ଡିପଦା ଦାଇତ୍ୱ ମିଳିଛି ..ହେଲେ ବଡ଼ଚଣା ବ୍ୟତୀତ ଯାଜପୁରର ଅନ୍ୟ କୌଣସି ନିର୍ବାଚନ ମଣ୍ଡଳୀର ଦାଇତ୍ୱ ବବିଙ୍କୁ ଦିଆଯାଇନାହିଁ ..କେବଳ ଆମର ଶତପଥୀଙ୍କ ଗଡ଼ ବଡ଼ଚଣାକୁ ଜଗିବାକୁ ବବିଙ୍କୁ ଦାୟିତ୍ୱ ମିଳିଛି …ହେଲେ ଯାଜପୁରର ଅନ୍ୟ କୌଣସି ନିର୍ବାଚନ ମଣ୍ଡଳୀର ଦାଇତ୍ୱ ବବିଙ୍କୁ ମିଳିନାହିଁ ..ଯାଜପୁରର ବଡ଼ଚଣା ,ସୁକିନ୍ଦା ,କୋରେଇ ,ଧର୍ମଶାଳା ନିର୍ବାଚନ ମଣ୍ଡଳୀ ବିଜେଡି ଅକ୍ତିଆରରୁ ଖସି ବିଜେପି ହାତକୁ ଆସିଛି ଏହାସହ ବିଜେଡିର ଭୋଟ ହାର ମଧ୍ୟ ବହୁତ ପରିମାଣରେ କମି ବିଜେପି ପାଖକୁ ଗଲାପରେ ପରେ ବୋଧହୁଏ ନବୀନଙ୍କ ଭରଷା ବବିଙ୍କ ଉପରୁ ଧୀରେ ଧୀରେ କମିଯାଇଛି ..ତେବେ ଏକଦା ବିଜେଡିର ସବୁଠାରୁ ଶକ୍ତିଶାଳୀ ଗଡ଼ କୁହାଯାଉଥିବା ଯାଜପୁରର ଦାଇତ୍ୱ କାହାକୁ ଦେଉଛନ୍ତି ନବୀନ ତାହା ଦେଖିବାକୁ ବାକି ରହିଲା .