ବବିଙ୍କ ନାଁ ନେଇ ଲିକୁଙ୍କ ଡ୍ରାମା ଫସିଯିବେ ମୋହନ !

ବବିଙ୍କ ନାଁ ନେଇ ଲିକୁଙ୍କ ଡ୍ରାମା ଫସିଯିବେ ମୋହନ !
  • ଧର୍ମଶାଳା ବିଧାୟକଙ୍କ ହାଇଡ୍ରାମା
  • ବବିଙ୍କ ନାଁ ନେଇ ହାଇଲାଇଟ ଲିକୁ ସାହୁ !
  • ବିବାଦରେ ହିମାଂଶୁ ଚିନ୍ତାରେ ମୋହନ !

ଓଡିଶା ରାଜନୀତିରେ ଏବେ ଚହଳ ପକାଇଛି ଯାଜପୁର ମାଟିରେ ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା । ରାଜ୍ୟ ରାଜନୀତିରେ ବେଶ ଗୁରୁତ୍ୱପୂର୍ଣ୍ଣ ଓ ସମ୍ୱେଦନଶୀଳ ଘଟଣା ପାଲଟିଛି ଏହି ବିଷୟବସ୍ତୁ । ବୁଧବାର ରାତିରେ ଧର୍ମଶାଳା ବିଧାୟକ ଲିକୁ ସାହୁଙ୍କୁ ଯେଉଁ ଆକ୍ରମଣ କରାଗଲା ଏବଂ ବିଧାୟକଙ୍କ ବାୟନ ପରେ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନ ବାଜି । ତେବେ ଆସନ୍ତୁ ଶୁଣିବା କଣ କହିଥିଲେ ଧର୍ମଶାଳା ବିଧାୟକ ।

ପ୍ରଣବ ପ୍ରକାଶ ଦାସ ଓ ତାଙ୍କ ଭାଇ ଇର୍ଷା ପରାୟଣ ହୋଇ ତାଙ୍କୁ ମାରିବା ପାଇଁ ଉଦ୍ୟମ କରିଥିବା କଥା କହିଛନ୍ତି ବିଧାୟକ । ଏହାପରେ ସଙ୍ଗେ ସଙ୍ଗେ ପ୍ରଣବ ପ୍ରକାଶ ଦାସ ଗଣମାଧ୍ୟମ ଆଗରେ ଏନେଇ ତାଙ୍କର ଏବଂ ତାଙ୍କ ଭାଇଙ୍କର କୌଣସି ଭୁଲ ନଥିବା ଦର୍ଶାଇଥିଲେ । ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ବୟାନ ପରେ ଏହାର ଉତ୍ତର ରଖିଛି ବିଜୁ ଜନତା ଦଳ । ବିଜେଡି ମୁଖପାତ୍ର ଲେଲିନ ମହାନ୍ତି ପ୍ରେସମିଟ କରି ଏହାର କଡା ଜବାବ ରଖିଛନ୍ତି ।

ବିନା ପ୍ରମାଣରେ ବବି ଦାସଙ୍କ ନାଁ ନେଇ ବିଧାୟକ ଧର୍ମଶାଳା ଯେଉଁ ଅଭିଯୋଗ ଆଣିଛନ୍ତି ତାହା ପ୍ରାୟୋଜିତ ଅଟେ । କାହିଁକିନା ଯେଉଁ ବ୍ୟକ୍ତିମାନେ ବିଧାୟକଙ୍କ ଉପରକୁ ଆକ୍ରମଣ କରିଥିଲେ ସେଥିରେ ଧର୍ମଶାଳା ବିଧାୟକଙ୍କ ସମର୍ଥକମାନେ ମଧ୍ୟ ରହିଛନ୍ତି । ଖାଲି ସେତିକି ନୁହେଁ ଯଦି ସେହି ରାସ୍ତାରେ ଆନ୍ଦୋଳନ କରାଯାଉଥିଲା କାହିଁକି ସେହିବାଟେ ଜାଣିଶୁଣି ବିଧାୟକ ଯାଉଥିଲେ ସେନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । କେବଳ ହାଇଲାଇଟ ହେବା ପାଇଁ ବବିଙ୍କ ନାଁ ନେଇ ହାଇଡ୍ରାମା କରୁଛନ୍ତି ବିଧାୟକ ବୋଲି ଯୁକ୍ତି ବାଢିଛି ବିଜେଡି ।

author

Related Articles

Leave a Reply

Your email address will not be published. Required fields are marked *