ନିର୍ବାଚନ ପରେ କୁଆଡେ ଗାଏବ ହୋଇଯାଇଥିଲେ ଏବେ ଦଳକୁ ଫେରିଲେ । ହଁ ଆଜ୍ଞା ଆମେ କହୁଛୁ ବିଜେଡିର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ କଥା । ବିଜେଡିରେ ଯେଉଁ ବବିଙ୍କ ଭୂମିକାକୁ ନେଇ ଅନେକ ଚର୍ଚ୍ଚା ହେଉଥିଲା ସେହି ବବି ଏବେ ପୁଣିଥରେ ନିଜ ଫର୍ମକୁ ଫେରିଛନ୍ତି । ସବୁ ଚର୍ଚ୍ଚା ଆଲୋଚନାରେ ପଡିଲା ପୂର୍ଣ୍ଣଚ୍ଚେଦ । ବିଜେଡିର ଦ୍ୱିତୀୟ କ୍ଷମତା କେନ୍ଦ୍ରକୁ ଦଳରେ ନ ଦେଖି ନାନାଦି ଆଲୋଚନା ହେବାରେ ଲାଗିଥିଲା କିନ୍ତୁ ପୁଣିଥରେ କମବ୍ୟାକ କରିଛନ୍ତି ପ୍ରଣବ ପ୍ରକାଶ ଦାସ ଯାହା ସମସ୍ତଙ୍କ ମୁହଁ ବନ୍ଦ କରିଦେଇଛି । ହଠାତ ସଭାରେ ବବି ଦୃଶ୍ୟମାନ ହେବା ସମସ୍ତଙ୍କୁ ମଧ୍ୟ ଏକ ପ୍ରକାର ଝଟକା ଦେଇଛି । କାହିଁକିନା ଦୀର୍ଘଦିନ ହେବ ଦଳରେ ଦେଖାଯାଉନଥିଲେ ତା ପରେ ନିର୍ବାଚନ ହାରିବା ପରେ ବିଜେଡି ସୁପ୍ରିମୋ ନୂଆ ନୂଆ କମିଟି ଗଠନ କରିଥିଲେ କିନ୍ତୁ କୌଣସି କମିଟିରେ ବବିଙ୍କୁ ସ୍ଥାନ ମିଳିନାହିଁ । ଯାହା ପରେ ଅନେକ କଥା ଉଠୁଥିଲା କି ବିଜେଡିରେ ଅଲୋଡା ହୋଇପଡିଛନ୍ତି ପ୍ରଣବ ପ୍ରକାଶ ଦାସ । ବିଜେଡି ଛାଡି ବିଜେପିରେ ମିଶିଥିବା ବରି ଅଧକ୍ଷ ଅଶୋକ ଗେଡ୍ଡିଙ୍କୁ ପୁଣିଥରେ ବିଜେଡିକୁ ଫେରାଇ ଆଣିଛନ୍ତି ପ୍ରଣବ । ଏଥିରୁ ସ୍ପଷ୍ଟ ହେଉଛି ଯେ ବବି ନିଜ ଦଳ ପାଇଁ ଚିନ୍ତିତ ଏବଂ ନିଜ ଦଳକୁ ସୃଦୁଢ କରିବାରେ ଲାଗିଛନ୍ତି । କିନ୍ତୁ ବବିଙ୍କ ଏପରି ରିଟର୍ଣ୍ଣକୁ ଦେଖି ବିରୋଧି ଶିବିରରେ ନାନାଦି ଆଲୋଚନା ହେଲାଣି । କୁହାଯାଉଛି କି ଏବେବେ ବିଜେଡି ସୁପ୍ରିମୋ ପାଣ୍ଡିଆନ ବବିଙ୍କ କଥାରେ ଉଠବସ ହେଉଛନ୍ତି । ଭିତରେ ଭିତରେ ବିଜେଡି ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି । କାହିଁକିନା ବବିଙ୍କ ପରେ ପରେ ଭିକେ ପାଣ୍ଡିଆନ ମଧ୍ୟ ଦଳକୁ ଫେରିବେ ବୋଲି କୁହାଯାଉଛି । ତେବେ ଏହିକଥା କେତେ ମାତ୍ରାରେ ସତ ହେଉଛି କେବଳ ତାହାର ଅପେକ୍ଷା ।

You can share this post!
author