ବରଗଡ଼ ପୋଲିସ କୁ ବଡ ସଫଳତା

ବରଗଡ଼ ପୋଲିସ କୁ ବଡ ସଫଳତା

ବରଗଡ଼ ପୋଲିସକୁ ବଡ ସଫଳତା | 5 ପିସ୍ତଲ, 34 ଜୀବନ୍ତ ଗୁଳି ଜବତ ସହ ପାଞ୍ଚ ଅଭିଯୁକ୍ତ କୁ ଗିରଫ କରିଛି ବରଗଡ଼ ଟାଉନ ପୋଲିସ l ଗତ କାଲି ବିଳମ୍ବିତ ରାତିରେ ପୁରୁଣା ଜିରା ବ୍ରିଜ ନିକଟ ସ୍ମଶାନ ଘାଟ ନିକଟରେ ପାଞ୍ଚ ଜଣ ଯୁବକ ଡକାୟତି ଯୋଜନା କରୁଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବରଗଡ଼ SP ପ୍ରହଲ୍ଲାଦ ସାହାଇ ମିନା ଙ୍କ ନିଁର୍ଧେଶ କ୍ରମେ ବରଗଡ଼ ଟାଉନ ଥାନା ଅଧିକାରୀ ସତ୍ୟଜିତ କଣ୍ଡେଲକର ଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ଜିରା ବ୍ରିଜ ସ୍ମଶାନ ଘାଟରେ ଅତର୍କିତ ଚଢ଼ାଉ କରି ପାଞ୍ଚୋଟି ପିସ୍ଟଲ, 34 ଟି ଜୀବନ୍ତ ଗୁଳି ଓ ପାଞ୍ଚୋଟି ମୋବାଇଲ ଫୋନ ଜବତ କରିବା ସହ ପାଞ୍ଚ ଜଣ ଅଭିଯୁକ୍ତ କୁ ଗିରଫ କରିଛି ଟାଉନ ପୋଲିସ l ତେବେ ଗୁରୁତ୍ୱପୁର୍ଣ କଥା ହେଲା ଏହି ପାଞ୍ଚ ଅଭିଯୁକ୍ତ ଏକ ବଡ ଧରଣର ଡକାୟତ ଯୋଜନା ପାଇଁ ଆସିଥିଲେ ନାଁ ବନ୍ଧୁକ ଚୋରା ଚାଲାଣ ପାଇଁ ଆସିଥିଲେ,ନାଁ ଏଥିରେ ଆଉ କିଏ କିଏ ସାମିଲ ଥିଲେ କି, ବନ୍ଧୁକ କୋଉଠୁ ଚୋରା ଚାଲାଣ ହେଉଥିଲା, ଏହି ସବୁ ଦିଗକୁ ପୋଲିସ ଅନୁଧ୍ୟାନ କରି ତଦନ୍ତ ଆରମ୍ବ କରିଛି l ତଦନ୍ତ ସରିବା ପରେ ସର୍ବିଶେଷ ତଥ୍ୟ ଦିଆଯିବ ବୋଲି ବରିଷ୍ଠ ପୋଲିସ ଅଧିକାରୀ କରିଛନ୍ତି l

author

Related Articles

Leave a Reply

Your email address will not be published. Required fields are marked *