ବରଗଡ ପୋଲିସକୁ ବଡ ସଫଳତା..

ବରଗଡ ପୋଲିସକୁ ବଡ ସଫଳତା..

ବରଗଡ଼ ପୋଲିସକୁ ବଡ଼ ସଫଳତା । ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି ପୋଲିସ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବରଗଡ଼ ଏସପି ପ୍ରହଲ୍ଲାଦ ସାହାଇ ମିନା । ଗତ ୩୦ ତାରିଖ ରାତିରେ ଗାନ୍ଧମାର୍ଦ୍ଧନର ମର‌୍ୟ୍ୟାଦାପାଲି ଅଂଚଳରେ ମାଓବାଦୀଙ୍କ ଗତିବିଧି ରହିଥିବା ସୂଚନା ପାଇଥିଲେ ବରଗଡ଼ ଏସପି । ତତକ୍ଷଣାତ ବରଗଡ଼ ଏସପି ଏକ ଟିମ ଗଠନ କରି ମାଓ ଅପରେସନ ଆରମ୍ଭ କରିଥିଲେ । ତେବେ ପାଇକମାଲ ମର‌୍ୟ୍ୟାଦାପାଲି ଅଂଚଳରେ ଏକ ଡ଼ମକୁ ଠାବ କରିଥିଲେ । ସେଠାରେ ୫୦ ଟି ଡେଟୋନେଟର ସହ ବିପୁଳ ପରିମାଣର ନିତ୍ୟବିବହାର‌୍ୟ୍ୟ ସାମଗ୍ରୀ ଜବତ କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *