ଦିଲ୍ଲୀରେ ବସୁଛି ବୈଠକ ପାକିସ୍ତାନରେ ଛନକା । ପହଲଗାମ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଭାରତ ତରଫରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି । ପାକିସ୍ତାନକୁ ଧୂଳି ଚଟେଇବା ପାଇଁ ମୋଦିଙ୍କ ବାସଭବନରେ ବସୁଛି ଘନ ଘନ ବୈଠକ । ତିନି ସେନାର ମୁଖ୍ୟଙ୍କ ସହିତ ଆଲୋଚନା ହେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ ବୈଠକ,ରାଜନୀତି ବ୍ୟାପାର ସମ୍ୱନ୍ଧୀୟ କ୍ୟାବିନେଟ ବୈଠକ,ଅର୍ଥନୀତି ସମ୍ୱନ୍ଧୀୟ କ୍ୟାବିନେଟ ବୈଠକ ମଧ୍ୟ ଶେଷ ହୋଇଛି । ତେବେ ଭାରତର ଏହିପରି ପ୍ରସ୍ତୁତି ଦେଖିବା ପରେ ପାକିସ୍ତାନରେ ଭୟର ବାତାବରଣ ସୃଷ୍ଟି ହୋଇଛି । ପାକ୍ ସେନାକୁ ଚକମା ଦେବା ପାଇଁ ଭାରତୀୟ ସେନାମାନେ ନିଜର ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏପ୍ରିଲ 22 ମଙ୍ଗଳବାର ଦିନ ପହଲଗାମରେ ହୋଇଥିବା ଆଟାକର ଗୋଟି ଗୋଟି କରି ହିଲାବ ନିକାସ କରିବ ଭାରତ । ନିରୀହ ପର୍ଯ୍ୟଟକଙ୍କ ପ୍ରାଣ ନେଇଥିବା ଆତଙ୍କବାଦୀମାନେ ଭାରତ ସେନା ଆଗରେ ମୁଣ୍ଡ ନୁଆଁଇବେ ।
କେନ୍ଦ୍ର ସରକାର ତରଫରୁ ପାକିସ୍ତାନକୁ ମୁହଁତୋଡ ଦେବା ପାଇଁ ଗୋଟିଏ ପରେ ଗୋଟିଏ ରଣନୀତି କରୁଛନ୍ତି । ଏସବୁ ଭିତରେ ଏଲଓସିରେ ରାତିଅଧିଆ ଗୁଳିବର୍ଷା ଆରମ୍ଭ କରିଛି ପାକିସ୍ତାନ । ଯାହାର ମୁହଁତୋଡ ଜବାବ ଦେବାକୁ ସେନା ସହ ଏବେ ସାମ୍ନାକୁ ଆସିଛନ୍ତି ଏଲଓସି ଅଞ୍ଚଳରେ ଥିବା ସ୍ଥାନୀୟ ଲୋକ । ସାଧାରଣ ଲୋକେ ମଧ୍ୟ ଏହାର ଜବାବ ଦେବା ପାଇଁ କହିଛନ୍ତି, ଏବେ ସେନା ସହ ଆମେ ବର୍ଡରକୁ ଯିବୁ । ପାକିସ୍ତାନକୁ ତା ଭାଷାରେ ଜବାବ ଦେବୁ । ମୋଦିଙ୍କ ବୈଠକରେ ସେନାକୁ ଆକ୍ସନ ନେବାକୁ ପୂର୍ଣ୍ଣ ସ୍ବାଧୀନତା ମିଳିସାରିଛି । ଏସବୁ ଭିତରେ ଅପେକ୍ଷା କେବଳ ଅନୁମତିକୁ । ଆଉ ତାପରେ ପାକିସ୍ତାନ ଉପରେ ବସିବ ବଜ୍ର ପ୍ରହାର । ବାରମ୍ୱାର ମୋଦିଙ୍କ ଗୁପ୍ତ ବୈଠକ ପାକିସ୍ତାନର ମୁଣ୍ଡବିନ୍ଧାର କାରଣ ପାଲଟିଥିବା ବେଳେ ଭାରତ ପାକିସ୍ତାନକୁ କେଉଁଭଳି ଜବାବ ଦେଉଛି ତାହା ଦେଖିବାକୁ ଅପେକ୍ଷା ।