ଅଧିକାଂଶ ଲୋକ ଚା ପିଇବାକୁ ଭଲ ପାଇଥାନ୍ତି ଆଉ ଏହା ଭିତରେ ଶୀତ ଦିନ ମଧ୍ୟ ଆସିଗଲାଣି । ଶୀତ ଦିନେ ସକାଳୁ ଉଠି ଟିକେ ଚା ନ ପିଇଲେ ଫ୍ରେଶ ଲାଗେନି । କୌଣସି ଦୋକାନ ହେଉ ଅବା ନିଜ ଘରେ ସମସ୍ତେ ଚା ପିଇଥାନ୍ତି । ଚା କୁ ଛାଣି ପିଇସାରିବା ପରେ ଆମେ ଚାପତିକୁ ଫିଙ୍ଗି ଦେଇଥାଉ । କିନ୍ତୁ ଜାଣି ରଖନ୍ତୁ ଏହି ବଳକା ଚାପତିର ଉପକାରିତା । ଏହି ଚା ପତି ଘରେ ଲଗାଇଥିବା ଗଛ ପାଇଁ ଖତସାର ଭଳି କାମ କରିଥାଏ ତେଣୁ ଏହାକୁ ଗଛରେ ଦେଲେ ସବୁଜ ସୁନ୍ଦର ହୋଇଥାଏ । ଆହୁରି ମଧ୍ୟ କାଚ ବାସନର ଅଧିକ ଦିନ ବ୍ୟବହାର ପରେ ସେଥିରୁ ଚମକ କମିଯାଏ ତେଣୁ କାଚ ବାସନକୁ ସଫା କରିବାବେଳେ ସାବୁନରେ ଚାପତିକୁ ମିଶାଇ କାଚ ବାସନକୁ ମାଜନ୍ତୁ କାଚ ପାତ୍ର ଚମକିବ । କେବଳ କାଚର ପାତ୍ର ନୁହେଁ କାଠର ପାତ୍ର ମଧ୍ୟ ଚମକିଥାଏ ।

- September 25, 2023
0
179
Less than a minute
You can share this post!
author
Related Articles
ଏହି ସମୟରେ ଆଦୌ ଖାଆନ୍ତୁନି ଦହି…
- May 28, 2025