ବଳ ଗୋଟାଉଛି ବାତ୍ୟା ମିଗଜୋମ୍‌; ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ବଳ ଗୋଟାଉଛି ବାତ୍ୟା ମିଗଜୋମ୍‌; ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ବଳ ଗୋଟାଉଛି ବାତ୍ୟା ମିଗଜୋମ୍ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ସ୍ଥଳଭାଗ ଛୁଇଁବା ନେଇ ଆକଳନ କଲା ଭାରତୀୟ ପାଗିପାଗ ବିଭାଗ । ସୂଚନା ଅନୁସାରେ, ବାତ୍ୟା ମିଗଜୋମ୍ ଘନୀଭୂତ ହୋଇ ଆସନ୍ତାକାଲି ପୂର୍ବାହ୍ନରେ ଭୀଷଣବାତ୍ୟାର ରୂପ ନେବ। ପରେ ଆନ୍ଧ୍ରପ୍ରଦେଶର ନେଲୋର୍ ଏବଂ ମଛଲିପଟନମ୍ ମଧ୍ୟରେ ସ୍ଥଳ ଭାଗକୁ ଗତି କରିବ। ଏହାର ପ୍ରଭାବରେ ତାମିଲନାଡୁ, ପୁଡୁଚେରୀ ଏବଂ ଆନ୍ଧ୍ର ପ୍ରଦେଶ ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ପବନ ହେବାର ସମ୍ଭାବନା ରହିଛି। ବାତ୍ୟା ସମୟରେ ପବନର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୧୦ କିଲୋମିଟର ରହିବ। ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।


ଓଡ଼ିଶାକୁ ବାତ୍ୟାର ବିଶେଷ ପ୍ରଭାବ ନଥିଲେ ମଧ୍ୟ ଏହାର ପ୍ରଭାବରେ କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଆସନ୍ତାକାଲି ପାଇଁ ୫ ଜିଲ୍ଲା ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ପୁରୀକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ବାତ୍ୟା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳୀୟ କର୍ମୀଙ୍କୁ ଆହ୍ୱାନ କରିଛନ୍ତି। ସତର୍କ ରହିବା ସହ ପ୍ରଭାବିତ ସମସ୍ତ ରାଜ୍ୟ ସରକାରଙ୍କ ସହ ଯୋଡି ରହିବାକୁ ବିଜେପି କର୍ମକର୍ତ୍ତାଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ।

author

Related Articles

Leave a Reply

Your email address will not be published. Required fields are marked *