ବଳ ଗୋଟାଉଛି ବିଜେଡ଼ି ଫେରିବେ ନେତା !

ବଳ ଗୋଟାଉଛି ବିଜେଡ଼ି ଫେରିବେ ନେତା !

ନବୀନ ଦେଲେ ଆହ୍ୱାନ ତୃଣମୂଳ ସ୍ତରରେ ସକ୍ରିୟ ହେବ ଦଳ .ସମୁଦ୍ର ମଧ୍ୟରେ ସାଇକ୍ଲୋନ ପରି ପୁଣି ଥରେ ବଳ ଗୋଟାଉଛି ବିଜେଡ଼ି . ୨୦୨୯ରେ ଆଉ ହାତଛଡା କରାଯିବ ନାହିଁ . ଭବିଷ୍ୟର ରାଜନୈତିକ ଆହ୍ୱାନକୁ ଦୃଢ଼ ମୁକାବିଲା କରିବା ପାଇଁ ଦଳର ରାଜନୈତିକ ବ୍ୟାପାର କମିଟି ବୈଠକରେ ଦିଶା ଦେଖାଇଛନ୍ତି ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ .ଦଳର ବିଭିନ୍ନ ଶାଖାକୁ ମଜଭୂତ କରିବା ସହିତ ତୃଣମୂଳ ସ୍ତରରେ ଦଳକୁ ଅଧିକ ସକ୍ରିୟ ରଖିବା ପାଇଁ ରାଜନୈତିକ ବ୍ୟାପାର କମିିଟି କାର୍ଯ୍ୟ କରିବା ବୋଲି ଶ୍ରୀ ପଟ୍ଟନାୟକ ଘୋଷଣା କରିଛନ୍ତି .ଗତ ୫ ତାରିଖରେ ଗଠିତ ବିଜେଡ଼ି ରାଜନୈତିକ ବ୍ୟାପାର କମିଟିର ପ୍ରଥମ ବୈଠକ ଶନିବାର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା .

କୁହାଯାଉଛି ନବୀନ ୨୦୨୪ରେ କରିଥିବା ଭୁଲ ଆଉ ରିପିଟ କରିବେନି . ପୂର୍ବରୁ ଦଳ ଛାଡ଼ିଥିବା ନେତାମାନେ ଦଳରେ ତାଙ୍କର କିଛି ଗୁରୁତ୍ୱ ନାହିଁ ବୋଲି ମନେ କରି ଦଳ ଛାଡ଼ିଥିବା ବେଳେ .ନିକଟରେ ନବୀନ ତାଙ୍କ ସାଂଗଠନିକ କଳେବରରେ ସମସ୍ତଙ୍କୁ ସମାନ ଭାବେ ଦାୟିତ୍ୱ ବାଂଟିଦେଇଥିଲେ . ସେହିପରି ନବୀନ ନିଜେ ମଧ୍ୟ ଲୋକଙ୍କୁ ଭେଟି ଆଲୋଚନା କରୁଥିବା ଦେଖିବାକୁ ମିଳୁଛି . ତେବେ କୁହାଯାଉଛି ବିଜେଡ଼ି ଯେତେବେଳେ ଶସଙ୍କ ହେବାକୁ ବଳ ଗୋଟାଉଛି ପୂର୍ବରୁ ଦଳ ଛାଡ଼ି ଯାଇଥିବା ମହାରଥୀମାନେ ହୁଏତ ପୁଣି ଘରବାହୁଡା କରିପାରନ୍ତି .ତେବେ ରାଜନୈତିକ ବ୍ୟାପାର କମିଟି ବୈଠକରେ ଜାତୀୟ ସୁରକ୍ଷା ,ରାଜ୍ୟର ରାଜନୈତିକ ପରିସ୍ଥିତି ଓ ଦଳର ସାଂଗଠନିକ ବ୍ୟାପାର ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା . ବୈଠକ ପ୍ରାରମ୍ଭିକ ଆରମ୍ଭରେ ପହଲଗାମରେ ଆତଙ୍କବାଦୀଙ୍କ ଗୁଳିରେ ନିହତ ବ୍ୟାକ୍ତିମାନଙ୍କ ଅମର ଆତ୍ମା

author

Related Articles

Leave a Reply

Your email address will not be published. Required fields are marked *