ରାଜ୍ୟରେ ପିଛା ଛାଡୁନି ଲଘୁଚାପ । ଗୋଟିଏ ପରେ ଗୋଟିଏ ଲଘୁଚାପ ବସା ବାନ୍ଧିବାରେ ଲାଗିଛି । ସେହିଭଳି ରାଜ୍ୟରେ ଆସୁଛି ଆଉ ଏକ ଲଘୁଚାପ । ଏହା ପ୍ରଭାବରେ ଜାରି ରହିଛି ବର୍ଷା । ଆସନ୍ତା 26 ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ନେଇ ଆଲର୍ଟ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର । 10 ଜିଲ୍ଲାରେ ଆଜି ପ୍ରବଳ ବର୍ଷା ନେଇ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କେନ୍ଦୁଝର ଓ କେନ୍ଦ୍ରାପଡ଼ାକୁ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି । ସେହିପରି ୨୩ ତାରିଖରେ ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେପଟେ ୨ ଦିନ ପରେ ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ।
