ଧ୍ୱଂସ ହୋଇଯିବ ଶତ୍ରୁଦେଶ
ଶେଷ ହେଲା ପ୍ରସ୍ତୁତି ପ୍ରଧାନମନ୍ତ୍ରୀ ନେବେ ବଡ ନିଷ୍ପତ୍ତି
ସକଂଳ୍ପ ନେଲେ ମୋଦି ପାକିସ୍ତାନରେ ବୋହିବ ରକ୍ତର ନଦୀ
ଧ୍ୱଂସ ହୋଇଯିବ ଶତ୍ରୁ ଦେଶ । ଆଉ ଚୁପ ବସିବେନି ପ୍ରଧାନମନ୍ତ୍ରୀ । କାଶ୍ମୀର ଉପରେ ପାକିସ୍ତାନର ଆକ୍ରମଣ ଏବେ ମହଙ୍ଗା ପଡିବ । ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବ ଭାରତ । ଗତକାଲି ଠାରୁ ବସୁଛି ଘନ ଘନ ବୈଠକ । ଆତଙ୍କବାଦୀ ଆକ୍ରମଣ ଜବାବ ଦେବା ପାଇଁ ଗତକାଲି ପ୍ରଧାନମନ୍ତ୍ରୀ ଅଢେଇ ଘଣ୍ଟା ଧରି ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଆଉ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧକ୍ଷତାରେ ଆଜି ବସିବାକୁ ଯାଉଛି ସର୍ବଦଳୀୟ ବୈଠକ । ପହଲଗାମରେ ନୀରିହ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ ଘଟଣା ନେଇ ସବୁ ଦଳକୁ ଜଣାଇବେ କେନ୍ଦ୍ରସରକାର । ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବା ସ୍ପଷ୍ଟ ହୋଇସାରିଛି ।
ଆତଙ୍କୀଙ୍କ ଚାଲକୁ ଖିନଭିନ କରିବ ଭାରତ । ବଡ ଆକ୍ସନ ନେଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆତଙ୍କବାଦୀଙ୍କ ଆକ୍ରମଣ ପରେ କେନ୍ଦ୍ରରେ ବସୁଛି ଘନ ଘନ ବୈଠକ । ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ,ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ବସୁଛି ତୁହାକୁ ତୁହା ବୈଠକ । ଶତ୍ରୁ ଦେଶକୁ ପାନେ ଚଖାଇବା ପାଇଁ ମୋଦି କିଛି ବଡ ନିଷ୍ପତ୍ତି ନେଇପାରନ୍ତି ବୋଲି କୁହାଯାଉଛି । ତେବେ 2019 ଫେବୃୟାରୀ 14ର ସେହି ପୁଲୱାମା ଆଟାକ କଥା ମନେ ପଡିଲେ ଆଜି ବି ଛାତି ଥରି ଉଠେ ଲୋମ ଟାଙ୍କୁରି ଉଠୁଛି । ଏହାର କଡା ଜବାବ ଦେଇଥିଲା ଭାରତ ଶତ୍ରୁ ଗଡରେ ଧସେଇ ପଶିଥିଲେ ଭାରତର ଲଢୁଆ ବିମାନ । ଠିକ୍ ଏହାର ଛଅ ବର୍ଷ ପରେ ପୁଣିଥରେ ଅପ୍ରିଲ 22ରେ ଜମ୍ମୁକାଶ୍ମୀରର ପହଲଗାମ ଠାରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କୀଙ୍କ ହମଲା ପରେ ରକ୍ତରେ ଭିଜିଛି ମାଟି । ଆତଙ୍କବାଦୀଙ୍କୁ କଡା ଜବାବ ଦେବାକୁ ଆଲୋଚନା ଚାଲିଛି । 26 ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିବା ବେଳେ ଥରି ଉଠିଛି ସାରା ଭାରତ । ଘଟଣାକୁ ନେଇ ମର୍ମାହତ ସାରା ଦେଶ । ପ୍ରତିରକ୍ଷା ମନ୍ତ୍ରୀ ମୃତକଙ୍କ ପରିବାରକୁ ସମଦେବନା ଜଣାଇବା ସହିତ ପାକିସ୍ତାନକୁ ଭାରତ କଡ୍ଡା ଜବାବ ଦେବ ବୋଲି ସୂଚନା ଦେଇଛନ୍ତି ।