ନବୀନଙ୍କ ବସରେ ଲୋକେ ଯିବାକୁ ଠେଲାପେଲା . କିନ୍ତୁ ମୋହନଙ୍କ ବସ ଖାଲି . କାଁ ଭାଁ ହାତ ଗଣତି ଲୋକେ . ଦର୍ଶକ ବନ୍ଧୁ ରାତି ପାହିଲେ ରାଜଧାନୀ ରାସ୍ତାରେ ଗଡ଼ୁଛି ଦୁଇଟି ବସ ଗୋଟେ ସବୁଜ ରଙ୍ଗର ଆଉ ଗୋଟେ ଗେରୁଆ ରଙ୍ଗର . ହେଲେ ଗୋଟେ ବସରେ ଲୋକେ ଯିବାକୁ ପ୍ରବଳ ଭିଡ଼ ଯମାଉଥିବା ବେଳେ ଆଉ ଗୋଟେ ବସରେ ହାତ ଗଣତି କେତୋଟି ଲୋକ ବସିଥିବା ଦେଖିବାକୁ ମିଳୁଛି . ଯଦି ଆପଣ କେବେ ଲକ୍ଷ କରିବେ ରାଜଧାନୀ ରାସ୍ତାରେ ଏକ ଦୁଇ ମହଲା ବିଶିଷ୍ଠ ବସ ଚାଲୁଛି . ଯାହାକୁ ଆଗରୁ ଓଡ଼ିଶାରେ ହୋଇନଥିଲା . ବିଜେପି ସରକାରକୁ ଆସିବା ପରେ ଏହି ଡବଲ ଡେକର ବସକୁ ଲୋକେ ଦେଖିବାକୁ ପାଉଛନ୍ତି .ହେଲେ ଦୁଃଖରକଥା ଏହି ବସରେ ମୋ ବସ ଭଳି ଲୋକେ ଯାତ୍ରା କରୁନଥିବା ଦେଖିବାକୁ ମିଳୁଛି . ଆପଣବି ରାସ୍ତାରେ ଯିବା ବେଳେ ଯଦି ଲକ୍ଷ କରିବେ ଏହି ଡବଲ ଡେକର ବସ ଗୁଡ଼ିକ ଖାଲି ମଧ୍ୟ ଯାଉଥିବା ଦେଖିବାକୁ ପାଇବେ . ସେହି ତୁଳନାରେ ରାତି ପାହିଲେ ଲୋକେ ମୋ ବସକୁ ଅପେକ୍ଷା କରି ଠିଆ ହୋଇ ରହୁଛନ୍ତି .
ଯଦି ଆମେ ଦେଖିବା ରାଜ୍ୟରେ ସରକାର ପରିବର୍ତନ ହେବା ପରେ . ଏବେ ନୂଆ କରି ପ୍ରଥମ ପର୍ଯ୍ୟାୟରେ ୩ଟି ଡବଲ ଡେକର ବସକୁ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ . ଯାହା କେବେଳ ପୁରୀ ଓ କଟକ ,ଭୁବନେଶ୍ୱରକୁ ଯାତ୍ରୀଙ୍କୁ କମ ଖର୍ଚ୍ଚରେ ପହଂଚାଇବ ବୋଲି କୁହାଯାଉଥିଲା . ପରେ ଭୁବନେଶ୍ୱରରେ ଏହି ବସ ଚାଲୁଥିବା ଦେଖିବାକୁ ମିଳୁଛି . ତେବେ ସରକାରଙ୍କ ପ୍ରତିଟି ଯୋଜନା ସବୁ ବେଳେ ଲୋକଙ୍କ ଉପକାର ପାଇଁ ହେଉଥାଏ . ଏଥିପାଇଁ ସରକାର ବହୁ ଟଙ୍କା ଖର୍ଚ୍ଚ କରିଥାନ୍ତି . ଯଦି ଏହା ସଫଳ ନହୁଏ ତେବେ ସରକାରଙ୍କୁ ବହୁ ଟଙ୍କାରେ କ୍ଷତି ସହିବାକୁ ପଡ଼ିଥାଏ ?