ବାଃ ବାଃ ନେଉଛନ୍ତି ମୋହନ…ଭିଡିଓ ପୋଷ୍ଟ କରି ଚୁପ ବସିଛନ୍ତି ନବୀନ !

ବାଃ ବାଃ ନେଉଛନ୍ତି ମୋହନ…ଭିଡିଓ ପୋଷ୍ଟ କରି ଚୁପ ବସିଛନ୍ତି ନବୀନ !

ଓଡିଶାରେ ବାତ୍ୟା ଦାନାର ତାଣ୍ଡବ ସରିବା ପରେ ଏବେ କ୍ଷୟକ୍ଷତିର ସମୀକ୍ଷା କରୁଛନ୍ତି ମୋହନ ସରକାର । ବାତ୍ୟା ପୂର୍ବରୁ ରାତି ଅନିଦ୍ରା ହୋଇ ବୈଠକ ଉପରେ ବୈଠକ କରୁଥିଲେ ଏବଂ ବାତ୍ୟା ସ୍ଥିତିର ସମୀକ୍ଷା କରୁଥିଲେ । ବାତ୍ୟା ଶେଷ ହେବା ପରେ ଦାୟିତ୍ୱ ବଣ୍ଟା ଯାଇଥିବା ନଅଜଣ ମନ୍ତ୍ରୀ ମାନେ ନିଜର କାର୍ଯ୍ୟ ଆରମ୍ଭ କରିଛନ୍ତି ଏବଂ ବୈଠକ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇଛନ୍ତି ଯେ ପ୍ରଥମ ବାତ୍ୟା ମୁକାବିଲାରେ ମୋହନ ସରକାର ସଫଳ ହୋଇଛନ୍ତି । ହେଲେ ସପଟେ ବାତ୍ୟା ପୂର୍ବରୁ ଓଡିସାବାସୀଙ୍କ ପାଇଁ ଏକ ଭିଡିଓ ଜାରି କରି ଚୁପ ବସିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ବାତ୍ୟା ସମୟରେ ସାଧାରଣ ଜନତା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଝୁରୁଥିବା ବେଳେ ଏକମାତ୍ର ଭିଡିଓ ଜାରି କରି ବିଜେପି ସରକାରର ତାମସା ଦେଖୁଛନ୍ତି ନବୀନ । କ୍ଷମତାରେ ନଥାଇ ମଧ୍ୟ ଓଡିଶାର ଗୋଟିଏ ପରେ ଗୋଟିଏ ବିପର୍ଯ୍ୟୟକୁ ସାମ୍ନାକୁ କରିବାକୁ ପଛାଉ ନଥିବା ବିଜେଡି ସୁପ୍ରିମୋ ତଥା ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ବାତ୍ୟା ପରର ଦୃଶ୍ୟ ନେଇ ନିଜର କୌଣସି ବୟାନ ସୋସିଆଲ ମିଡିଆରେ ଦେଖିବାକୁ ମିଳୁନାହିଁ ।  ବିପର୍ଯ୍ୟୟର ବାଜିଗର କୁହାଯାଉଥିବା ନବୀନ ରାଜନୀତିରେ ସିନା ହାରିଯାଇଛନ୍ତି କିନ୍ତୁ ଓଡିଶାର ସାଧାରଣ ଜନତାଙ୍କୁ ସେବା ଯୋଗାଇଦେବାରେ କେବେବି ହାରି ନଥିବା ଚର୍ଚ୍ଚା ହେଉଥିବା ବେଳେ ନବୀନଙ୍କ ମଉନ ଆଗକୁ ରାଜ୍ୟ ରାଜନୀତିରେ କି ଝଡ ଆଣୁଛି ତାହାର ଅପେକ୍ଷା । ବାତ୍ୟାରେ ସାଧାରଣ ଜନତାଙ୍କୁ ସହାୟତା କରୁଥିବା ଆଶାଦିଦି ଓ ଜଣେ ଆମ୍ୱୁଲାନ୍ସ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ତାଙ୍କର ମନ୍ତ୍ରୀମାନେ ପ୍ରଂଶସା କରିବା ସହ ପୁରସ୍କୃତ କରିଛନ୍ତି । ଯାହାକୁ ନେଇ ପୂର୍ବର ନବୀନ ସରକାରଙ୍କୁ କଟାକ୍ଷ କରାଯାଉଛି କାହିଁକିନା ନବୀନ ସରକାରରେ ଥିବା ସମୟରେ ଏପରି କାର୍ଯ୍ୟ କରିବାର ନଜର ଆସିନଥିଲେ । ତେବେ ବିଜେଡି ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ କରି ଶାସକ ଦଳକୁ ଜବାବ ମାଗିଥିବା ବେଳେ ଏବେ ପର୍ଯ୍ୟନ୍ତ ବିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ ।

author

Related Articles

Leave a Reply

Your email address will not be published. Required fields are marked *