ଆନନ୍ଦପୁର:କେନ୍ଦୁଝର
ଭଦ୍ରକ ୫୩ନଂ ରାଜ୍ୟ
ରଜପଥର ଫକୀରପୁର ନିକଟସ୍ଥ
ସେଣ୍ଟମେରୀ ସ୍କୁଲ ନିକଟରେ ୯ ଘଟିକାରେ ଭୁବନେଶ୍ବରରୁ ରଞ୍ଜନ ଜେନା (୨୩) ନିଜର ଭଉଣୀ ମିନତୀ ଜେନା (୨୫) କୁ ନିଜର ବାବାଜ ପଲସର୍ ବାଇକ ଯୋଗେ ମରିଗାଁ ପଞ୍ଚାୟତ ଏଲକଣା ଗାଁକୁ ଆସୁଥିବାବେଳେ ବିପରୀତ
ଦିଗରୁ ଆସୁଥିବା ଏକ ହୁଣ୍ଡାଇ କ୍ରେଟା
ସହ ମୁହାଁମୁହିଁ ଧକ୍କା ହୋଇଥିଲା ।
ଏହି ଦୁର୍ଘଟଣାରେ ରଂଜନଙ୍କ ଗୋଡ଼ ଭାଙ୍ଗି ଯାଇଥିବାବେଳେ ତାଙ୍କଭଉଣୀ
ମିନତୀ ରାସ୍ତା ଉପରକୁ ଛିଟିକି ପଡ଼ି
ଗୁରୁତର ଅବସ୍ଥାରେ ପଡିଥିଲେ ।
ଘଟଣାସ୍ଥଳରେ ଆନନ୍ଦପୁର ପୋଲିସ
ପହଞ୍ଚି ଉଭୟଙ୍କୁ ଗୁରୁତର ଅବସ୍ଥାରେ
ଉଦ୍ଧାର କରି ଚିକିତ୍ସା ଲାଗି ଉପଖଣ୍ଡ
ଚିକିତ୍ସାଳୟକୁ ପଠାଇଥିଲେ।
ସେଠାରେ ସେମାନଙ୍କର ଅବସ୍ଥା
ସଂକଟାପନ୍ନ ହେବାରୁ ଆମ୍ବୁଲନ୍ସ
ଯୋଗେ କଟକ ବଡ଼ ମେଡ଼ିକାଲ
ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା
ଘଟାଇଥିବା ଡ୍ରାଇଭର ଘଟଣାସ୍ଥଳରୁ
ଫେରାର ହୋଇଯାଇଥିବାବେଳେ
ଆନନ୍ଦପୁର ପୋଲିସ ଦୁର୍ଘଟଣା ଗ୍ରସ୍ତ
ବାଇକ୍ ଓ କାରକୁ ଜବତ କରି ଏକ
ମାମଲା ରୁଜୁ କରିଥିବାର ଜଣାଯାଇଛି।