କିଛି ଦିନ ହେଲା ବେଗୁନିଆପଡା ବ୍ଲକରେ ଚୋରଙ୍କ ପାଦୁର୍ଭାବ ବଢ଼ି ଚାଲିଥିଲା | ତେବେ ଏହାରି ଭିତରେ ଜଣେ ବାଇକ ଚୋରକୁ ଗିରଫ କରିଛି ବେଗୁନିଆପଡା ପୁଲିସ । ସୂଚନା ପ୍ରକାରେ ସୋମବାର ରାତିରେ ପୁଲିସ ପେଟ୍ରୋଲିଙ୍ଗ ସମୟରେ ରାଗପୁର ଛକ ନିକଟରେ ଜଣେ ବାଇକ ଚାଳକକୁ ସନ୍ଦେହରେ ଅଟକ ରଖିବା ସହ ତଦନ୍ତ କରିଥିଲା ପୁଲିସ। ତଦନ୍ତ ପରେ ଉକ୍ତ ଯୁବକ ଠାରୁ ଦୁଇଟି ଚୋରା ବାଇକ ଜବତ କରିଥିଲେ। ଉକ୍ତ ଯୁବକ ଜଣକ ହେଲେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମର କବି ମହାରଣାଙ୍କ ପୁଅ ବଳରାମ ମହାରଣା, ବୟସ 21ବର୍ଷ ବୋଲି ଜଣା ପଡ଼ିଛି । ଜବତ ଦୁଇଟି ବାଇକ ମଧ୍ୟରୁ ଗୋଟିଏ ବାଇକ ମାଳ ଖୋଜାପଲ୍ଲୀ ଗ୍ରାମର ପୁରୁଷୋତ୍ତମ ପରିଡା ଙ୍କ ପୁଅ ସୁରେଶ ପରିଡାଙ୍କର ହୋଇଥିବା ଜଣାପଡ଼ିଥିବା ବେଳେ ଅନ୍ୟ ବାଇକଟି ର ମାଲିକ ଜଣାପଡି ନାହିଁ। ବେଗୁନିଆପଡା ଥାନା ରେ ଏକ ମାମଲା ୠଜୁକରି ବଳରାମକୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସମୀର କୁମାର ରାଉତ ସୂଚନା ଦେଇଛନ୍ତି। ତେବେ ବଳରାମ ଙ୍କ ନାମରେ ଆଗରେ ଅନେକ କେଶ ଥିବା ତଦନ୍ତ ରୁ ଜଣାପଡିଥିବା ପୋଲିସ ସୂଚନା ଦେଇଛି
