ରାୟଗଡା ଜିଲ୍ଲା ଗୁଣୁପୁର ପୁଲିସ ବାଇକ ଚୋରି ଘଟଣାର ପର୍ଦାଫାସ କରିଛି । ପୁଲିସର ସୂଚନା ଅନୁଯାୟୀ ଗୁଣୁପୁର ଆମ୍ବେଦକର ନଗର ର କୁନାଲ ମିଶାଲ ନାମକ ଜଣେ ଯୁବକ ଓ ଦୁଇ ଜଣ ନାବାଳକ ବିଭିନ୍ନ ସ୍ଥାନରୁ ବାଇକ ଚୋରି କରିବା ଘଟଣାରେ ସଂପୂକ୍ତ ଥିଲେ । ବିଶାଖାପାଟଣା ସମୁଦ୍ର କୁଳରୁ, ପାରଳାଖେମୁଣ୍ଡି ବସଷ୍ଟାଣ୍ଡରୁ ଓ ଗୁଣୁପୁର ଉପ ଜିଲ୍ଲା କାର୍ଯ୍ୟାଳୟ ନିକଟରୁ,ଲକ୍ଷ୍ମଣ ଢେପ ଗୁଣୁପୁର ରୁ ପ୍ରଭୃତି ସ୍ଥାନରୁ ବିଭିନ୍ନ ପ୍ରକାରର ମଟର ସାଇକେଲ ଚୋରି କରିଥିଲେ । ମଟର ସାଇକେଲ ଚୋରି କରି ବେଆଇନ ଭାବେ ବିକ୍ରି କରୁଥିବା ଏମାନଙ୍କ ବୃତ୍ତା ହୋଇ ଯାଇଥିଲା । ଗୁଡ଼ାରୀ ଗୁଣୁପୁର ପୁଲିସ ପକ୍ଷରୁ ଅଭିଯୋଗ ପାଇବା ପରେ ଏକ ସ୍ବତନ୍ତ୍ର ସ୍ବ।ର୍ଡ଼ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ସହ ଚୋରି ହୋଇଥିବା ବାଇକ ଉଦ୍ଧାର କରିଛି ସେମାନଙ୍କ ନିକଟରୁ ଦୁଇଟି ୟାମହା 15 ବାଇକ ଓ ଦୁଇଟି ଟିଭିସ ଆପାଚି 160 ବାଇକ୍ ମୋଟ ଚାରୋଟି ବାଇକ୍ ପୋଲିସ ଉଦ୍ଧାର କରାଯାଇଛି। ଗୁଡ଼ାରୀ ଗ୍ରାମର ଅବିନାଶ ଲିମାଙ୍କ ନିକଟରେ 8,000 ରେ ବନ୍ଧା ରଖି ଏବଂ ଉକ୍ତ ନଗଦକୁ ନିଜ ମଧ୍ୟରେ ସମାନ ଭାବରେ ବାଣ୍ଟିଲେ | ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗୁଣୁପୁର ଉପଖଣ୍ଡ ଆରକ୍ଷୀ ଅଧୂକାରୀ ବାବୁଲି ନାୟକ, ଥାନା ଅଧୂକାରୀ ଉତ୍ତମ କୁମାର ସାହୁ ଙ୍କ ସମେତ ଅନ୍ୟାନ୍ୟ ଅଧୂକାରୀ ମାନେ ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ ।

You can share this post!
author