ବାଘ ଛାଲ ଡିଲ ବେଳେ ମାଡି ବସିଲା STF

ବାଘ ଛାଲ ଡିଲ ବେଳେ ମାଡି ବସିଲା STF

ବାଘ ଛାଲ ଡିଲ ବେଳେ ମାଡି ବସିଲା STF, ଜଣେ ଅଭିଯୁକ୍ତ ଗିରଫ l ବୌଦ୍ଧ ଜିଲ୍ଲାରେ ବାଘ ଛାଲ ଜବଦ, ଜିଲ୍ଲାର ମନମୁଣ୍ଡା ଥାନା ମନମୁଣ୍ଡା – ଶଗଡା ରାସ୍ତାର ମେହେରୁଣୀ ପୋଲ ନିକଟରୁ ଚିତା ବାଘ ଚମଡା ଜବତ କରିଚି ଏସଟିଏଫ l ବନ ବିଭାଗର ସ୍ପେସିଆଲ ଟାସ୍କ ଫୋର୍ସ ପକ୍ଷରୁ ଜାରି ପ୍ରେସ୍ ନୋଟ୍ ଅନୁଯାୟୀ ଶୁକ୍ରବାର ସନ୍ଧ୍ୟାରେ ବନ ବିଭାଗ ସ୍ପେସିଆଲ ଟାସ୍କ ଫୋର୍ସ ମନମୁଣ୍ଡା – ଶଗଡା ରାସ୍ତାର ମନମୁଣ୍ଡା ଥାନା ମେହେରୁଣୀ ପୋଲ ନିକଟରୁ ଏକ ଚିତା ବାଘ ଚମଡା ଜବତ କରି ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି | ଗିରଫ ବ୍ୟକ୍ତି ଜଣକ ମନମୁଣ୍ଡା ଥାନା ଦପଲା ପଞ୍ଚାୟତ ପରିବନ୍ଧ ଗ୍ରାମର ନାରାୟଣ ମାଝୀ l ଏସଟିଏଫ ପକ୍ଷରୁ ବନ୍ୟ ଜନ୍ତୁ ସଂରକ୍ଷଣ ଆଇନ ଅନୁଯାୟୀ 23/24 ରେ ଏକ ମାମଲା ରୁଜୁକରି ଅଭିଯୁକ୍ତ ନାରାୟଣ କୁ କୋର୍ଟ ଚାଲାଣ କରା ଯାଇଥିବା ସୂଚନା ମିଳିଛି l ଅପର ପକ୍ଷରେ ଉକ୍ତ ଚମଡାକୁ ପରୀକ୍ଷଣ ପାଇଁ ଡେରାଡୁନ ପଠାଯିବ ବୋଲି Stf ପକ୍ଷରୁ ସୂଚନା ରହିଛି l

author

Related Articles

Leave a Reply

Your email address will not be published. Required fields are marked *