ପୁଣିଥରେ ନେତା ବାଛିବେ ଜନତା । ବାଜିଲା ଉପନିର୍ବାଚନର ବିଗୁଲ ଗ୍ରାଉଣ୍ଡରେ ଆରମ୍ଭ ହେବ ଲଢେଇ । ପଞ୍ଚାୟତ ଉପନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । 2024 ସାଧାରଣ ନିର୍ବାଚନକୁ 10 ମାସ ବିତିବା ପରେ ପୁଣିଥରେ ନେତା ବାଛିବାକୁ ଯାଉଛନ୍ତି ସାଧାରଣ ଜନତା । ତିନି ରାଜନୈତିକ ଦଳ ମାନଙ୍କ ମଧ୍ୟରେ ପୁଣି ହେବ ଜୋରଦାର ଲଢେଇ । ନୂଆ ପିସିସି ସଭାପତି ପାଇଁ ଉତ୍ସାହିତ ରହିଛି କଂଗ୍ରେସ ସେପଟେ 10 ପରେ ବି ଭୟଭୀତ ବିଜେପି ସରକାର ।
ହଁ ଦର୍ଶକବନ୍ଧୁ ରାଜ୍ୟରେ ଖୁବଶୀଘ୍ର ହେବାକୁ ଯାଉଛି ପଞ୍ଚାୟତ ଉପନିର୍ବାଚନ । 1134ଟି ଆସନରେ ଉପନିର୍ବାନ ହେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ରାଜ୍ୟ ନିର୍ବାଚନ ଆୟୋଗ ଏନେଇ ପ୍ରାଥମିକ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସ୍ଥଗିତ ଥିବା 771ଟି ୱାର୍ଡରେ ନୂତନ ଭାବେ ଭୋଟ ହେବ । ସେଥିମଧ୍ୟରୁ ପାଞ୍ଚଟି ଜିଲ୍ଲା ପରିଷଦ ସଭ୍ୟ,41ଟି ପଞ୍ଚାୟତ ସମିତି ସଦସ୍ୟ,45ଟି ସରପଞ୍ଚ,272ଟି ୱାର୍ଡ ମେମ୍ୱର ପାଇଁ ଉପନିର୍ବାଚନ ହେବ ।
ପଞ୍ଚାୟତ ଉପନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରେ ଭାରତୀୟ ଜନତା ପାର୍ଟି ସରକାର ଭୟଭୀତ ଅଛି ବୋଲି କହିଛନ୍ତି ବିଜେଡିର ବରିଷ୍ଠ ବିଧାୟକ ଅରୁଣ ସାହୁ । 10 ମାସରେ ସରକାର ନିଜର ଅପାରଗ ପଣିଆ ପାଇଁ ଲୋକହସା ହେଉଛନ୍ତି । ସାଧାରଣ ନିର୍ବାଚନରେ ସିନା ଭରସା କଲେ କିନ୍ତୁ ଉପନିର୍ବାଚନରେ କରିବେ ନାହିଁ ବୋଲି କହିଛନ୍ତି ଅରୁଣ । ରାଜ୍ୟବାସୀ ଜାଣି ସାରିଲେଣି ବିଜେପି ସରକାର ଅପାରଗ ଅଟେ । ନିୟମ ଅନୁସାରେ 6 ମାସ ମଧ୍ୟରେ ନିର୍ବାଚନ ହେବା କଥା ହେଲେ ବିଜେପି ନିଜର ଅପାରଗ ପାଇଁ ନିର୍ବାଚନକୁ ଭୟ କରୁଛି । 2024 ରେ ବିଜେପି ସରକାର ଗଢିଛି ସତ କିନ୍ତୁ ବିଜେଡି ହି ଅତ୍ୟଧିକ ଭୋଟ ପାଇଥିଲା । ଆଉ ଏବେ ରାଜ୍ୟରେ ମୁଖ୍ୟ ବିରୋଧି ଦଳ ଭାବେ ଉଭା ହୋଇଛି ବିଜୁ ଜନତା ଦଳ ।
ଉପନିର୍ବାଚନ ନେଇ ପ୍ରସ୍ତୁତି ଆରମ୍ଭ ହୋଇସାରିବା ପରେ ତିନି ରାଜନୈତିକ ଦଳମାନଙ୍କ ମଧ୍ୟରେ ବୟାନ ବାଜି ଆରମ୍ଭ ହୋଇଯାଇଛି । ବିଜେପି ଭୟଭୀତ ରହିଛି ଯେଉଁଥିପାଇଁ 10 ମାସ ପରେ ବି ନିର୍ବାଚନ କରିବାକୁ ଡରୁଛନ୍ତି ବୋଲି କହୁଛନ୍ତି ବିଜେଡି ନେତା । ସେହିପରି କଂଗ୍ରେସ ମଧ୍ୟ ନୂଆ ପିସିସି ସଭାପତିଙ୍କ ନେତୃତ୍ୱରେ ପୁଣି କମବ୍ୟାକ କରିବ ବୋଲି ଦମ୍ଭୋକ୍ତି ବାଡିଛି । ବିଜେପି ମଧ୍ୟ ଉପନିର୍ବାଚନ ପାଇଁ ପ୍ରସ୍ତୁତ ରହିଥିବା କଥା କହିଛି । ତେବେ ତିନିଦଳଙ୍କ ଏପରି ବୟାନ ବାଜି ଭିତରେ କିଏ ବାଜିମାତ୍ କରୁଛି ତାହା ଦେଖିବାକୁ ଅପେକ୍ଷା ।