ବାଜିଲା ବୋଧେ ଠେଙ୍ଗା ପାହାର ଦୈାଡ଼ିଲେ ରାନୀ !

ବାଜିଲା ବୋଧେ ଠେଙ୍ଗା ପାହାର ଦୈାଡ଼ିଲେ ରାନୀ !

ବାଜିଲା ବୋଧେ ଠେଙ୍ଗା ପାହାର ଦୈାଡ଼ିଲେ ରାନୀ . ବାବୁ ସିଂଙ୍କ ଠେଙ୍ଗା ପଡ଼ିଲା ରାନୀଙ୍କ ଉପରେ ଭାରି . ବାବାଙ୍କ ପାଖ ମାଡ଼ିବାକୁ ଦେଲେନି କମିଟି ସଦସ୍ୟ . ଶେଷରେ ନିରାଶ ହୋଇ ଫେରିଲେ ରାନୀ .ଯେମତି ଡମ୍ବରୁ ବଜାଇ ବଜାଇ ଯାଇଥିଲେ ସେମିତି ଏକ ମୁହାଁ ହୋଇ ଫେରିଗଲେ .ତେବେ ରାନୀ ପ୍ରଥମେ ଦୟା ନଦୀରେ ବୁଡ଼ ମାରି ଖଣ୍ଡଗରିରେ ପହଂଚିଥିଲେ . ପରେ ତାଙ୍କୁ କିଏ ଅଟକାଇବ ସେ କିଛି ଅଶ୍ଳୀଳତା କରିନାହାଁନ୍ତି ବୋଲି ମେଳା ଭିତରକୁ ପଶିଥିଲେ . ସେ ଯିବା ବାଟରେ ଲୋକମାନେ ତାଙ୍କୁ ପ୍ରଥମ ଥର ଏମିତି ବେଶରେ ଦେଖି ବୁଲିବୁଲି ଚାହୁଁଥିଲେ . ପରେ ଡମ୍ବରୁ ବଜାଇ ବାବାଙ୍କ ଆଖଡ଼ାରେ ପହଂଚିଥିଲେ . ସେ ସେଠାରେ ବାବାମାନେ ରହୁଥିବା ପିଣ୍ଡିଭିତରେ ଧାଇଁବାକୁ ଲାଗିଥିଲେ . ପରେ ସେ ସେଠାରେ ଆଶ୍ରୀର୍ବାଦ ନେବା ପରେ ଡମ୍ବରୁ ବଜାଇ ବୁଲୁଥିବା ଦେଖିବାକୁ ମିଳିଥିଲା .

କମିଟି ସଦସ୍ୟମାନଙ୍କ କହିବା ଅନୁସାରେ ରାନୀ ମାତା ରୂପ ଧାରଣ କରି ଆସିଥିବାରୁ ତାଙ୍କୁ କେହି ଜାଣିପାରିନଥିଲେ. ପରେ ସେ ବାବାଙ୍କ ଆଖଡ଼କୁ ଆଶ୍ରିବାଦ ନେବାକୁ ଯାଇଥିଲେ .ପ୍ରଥମେ ବାବା ତାଙ୍କୁ ବାବାମାନେ ଜାଣିପାରିନଥିଲେ .ସେମାନେ ଭାବିଥିଲେ କି ୟେ ଜଣେ କୈାଣସି ସାଧୁଙ୍କ ଶିଷ୍ୟା ତାଙ୍କୁ ମିଡିଆ ଭାଇ ମାନେ ସ୍ୱାଗତ କରୁଛନ୍ତି. କିନ୍ତୁ ସେ ଏପରି ଛଦ୍ମ ବେଶ ଧାରଣ କରିଥିବା ଜାଣିଲା ପରେ ସେମାନେ ତାଙ୍କୁ ବାହାରି ଯିବାକୁ କହିଥିଲେ .ତେବେ ପୂର୍ବରୁ ଏକାମ୍ର ବିଧାୟକ ବାବୁ ସିଂ ତାଙ୍କ ସହିତ ବିଜେପିର ଅନ୍ୟ କର୍ମୀ ମାନେ ଅଶ୍ଳୀଳତା ରୋକିବା ପାଈଁ ଠେଙ୍ଗା ଧରିବସିଥିଲେ . ଖାଲି ସେତିକି ନୁହେଁ ଏହି ଠେଙ୍ଗାକୁ ସେ ମାଙ୍କ ମନ୍ଦିରରେ ପୂଜା କରଥିଲେ . ଯିଏ ସୀମା ଡେଇଁବ ପିଟିକି ସାଇଜ କରିବେ ବୋଲି କୁହାଯାଉଥିଲା . ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ଓ ଦ୍ୱିଅର୍ଥ ବୋଧକ କମେଡ଼ିକୁ ପ୍ରଶୟ ଦିଆଯିବନାହିଁ .ଅଶ୍ଳୀଳତାକୁ ସମ୍ପୂର୍ଣ୍ଣ ବିରୋଧ କରାଯିବ ବୋଲି କୁହାଯାଇଥିଲା .

author

Related Articles

Leave a Reply

Your email address will not be published. Required fields are marked *